ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ଛୁଟି ଘୋଷଣା

ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ଛୁଟି ଘୋଷଣା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ଛୁଟି ଘୋଷଣା କରାଯାଇଛି। ପଦ୍ମପୁର ଉପନିର୍ବାଚନରେ ଭୋଟ ଦେବା ନିମନ୍ତେ କର୍ମଚାରୀମାନଙ୍କୁ ଛୁଟି ଦିଆଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଭାରତୀୟ ନିର୍ବାଚନ ଆୟୁକ୍ତ ଏବଂ ଓଡ଼ିଶା ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଉଭୟ ଘରୋଇ ଓ ସରକାରୀ କର୍ମଚାରୀଙ୍କୁ ସବୈତନିକ ଛୁଟି ମଞ୍ଜୁର କରାଯାଇଛି। 

ତେଣୁ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ସରକାରୀ ଓ ଘରୋଇ କାର୍ୟ୍ୟାଳୟରେ କାର୍ୟ୍ୟରତ କର୍ମଚାରୀମାନଙ୍କୁ ଭୋଟ ଗ୍ରହଣ ଦିନ ଛୁଟି ଦିଆଯିବ। ସେମାନଙ୍କୁ ଛୁଟି ଦିଆଯିବା ନେଇ ସରକାରଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।