ପଥରରେ ଛେଚି ଯୁବକଙ୍କୁ ହତ୍ୟା
ପଥରରେ ଛେଚି ଯୁବକଙ୍କୁ ହତ୍ୟା
କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତ ମହୁଳମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ଧାନ ଖଳାରେ ଜଣେ ଯୁବକ ଙ୍କୁ ନିର୍ମମ ଭାବେ ପଥର ରେ ଛେଚି ହତ୍ୟା କରାଯାଇ ଥିବା ନେଇ ସୂଚନା ମିଳିଛି। ହତ୍ୟା ହୋଇଥିବା ଯୁବକ ମହୁଳମୁଣ୍ଡା ଗ୍ରାମର ଦୟାନିଧି ଦୁଣ୍ଡକିଆ ବୋଳି ଜଣାପଡିଛି। ତେବେ ସେ ଦୀର୍ଘ ବର୍ଷ ହେବ ଚିଲିଗୁଡା ଗ୍ରାମରେ ରହୁଥିବା ବେଳେ ତାଙ୍କ ପୈତୃକ ଗ୍ରାମ ମହୁଳମୁଣ୍ଡା ହୋଇଥିବା ଜଣାପଡିଛି।
ସୋମବାର ଦୟାନିଧି ଦୁଣ୍ଡକିଆ ଙ୍କ ଜମି ରେ ଧାନ କଟା ଚାଲିଥିବା ବେଳେ ସେ ଚାଷଜମି କୁ ଆସିଥିଲେ। ତେବେ ସନ୍ଧ୍ୟା ସମୟରେ ହତ୍ୟାକାଣ୍ଡ ହୋଇଥିବା ନେଇ ପୁଲିସ ସୁଚନା ଦେଇଥିବା ବେଳେ ହତ୍ୟାକାଣ୍ଡ ର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାସ୍ଥଳରେ କୋକସରା ପୁଲିସ ଅଧିକାରୀ ପ୍ରସନ୍ନ ବେହେରା ,ଏସ ଆଇ ହେମନ୍ତ କୁମାର ପାତ୍ର ଓ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ମୃତକ ଙ୍କ ପତ୍ନୀ ସାଧନୀ ଦୁଣ୍ଡକିଆ ତାଙ୍କ ସ୍ଵାମୀ ଙ୍କୁ ସମ୍ପର୍କୀୟ କାକା ପୁଅ ଓ ବଡ଼ ବାପା ପୁଅ ଜମି ବିବାଦ କୁ ନେଇ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି। ଘଟଣା କୁନେଇ ପୁକିସ ର ତଦନ୍ତ ଜାରି ରହିଥିବା ବେଳେ ରାତି ହୋଇଥିବା କାରଣରୁ ମଙ୍ଗଳବାର ସକାଳେ ସାଇଣ୍ଟିଫିକ ଟିମ ଓ ସମସ୍ତ ଘଟଣା ର ତଦନ୍ତ ପରେ ହତ୍ୟାକାଣ୍ଡ ପଛର ସତ୍ୟତା ଜଣାପଡିବ ବୋଲି କୋକସରା ପୁଲିସ ପକ୍ଷରୁ କୁହାଯାଇଛି।




admin 