ନୃଶଂସ ସ୍ୱାମୀ, ସ୍ତ୍ରୀକୁ ମାରି ଛଅବର୍ଷର ଝିଅର ତଣ୍ଟି କାଟିଲା

ନୃଶଂସ ସ୍ୱାମୀ, ସ୍ତ୍ରୀକୁ ମାରି ଛଅବର୍ଷର ଝିଅର ତଣ୍ଟି କାଟିଲା

ନୃଶଂସ ସ୍ୱାମୀ, ସ୍ତ୍ରୀକୁ ମାରି ଛଅବର୍ଷର ଝିଅର ତଣ୍ଟି କାଟିଲା

ଭୁବନେଶ୍ୱର: ମଦ ଉଜାଡି ଦେଲା ସଂସାର । ମଦ ପାଇଁ ଅନେକ ଅଭାବନୀୟ କାଣ୍ଡ ଘଟିଯାଉଛି । ମଦ ନିଶାରେ ଲୋକେ ନିଜର ହିତାହତ ଜ୍ଞାନ ହରାଇ ବସୁଛନ୍ତି । ନିକଟରେ ମଦ ନିଶାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ’କୁ ପିଟିପିଟି ମାରିଦେଇଥିବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା । ତେବେ ଆଜି ପୁଣି ମଦ ପାଇଁ ଏକ ନାରକୀୟ କାଣ୍ଡ ଘଟିଯାଇଛି । ନାଶା ପାଇଁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ’କୁ ମାରିଦେବା ସହ ୬ବର୍ଷର ଝିଅର ତଣ୍ଟିକୁ କାଟି ଦେଇଥିବା ସୂଚନା ମିଳିଛି ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଘାଟିକିଆ ଅଞ୍ଚଳରେ ।

ସୂଚନା ଅନୁସାରେ, ହତ୍ୟାକାରୀ ସ୍ୱାମୀ ସଂଜିତ ଦାସଙ୍କ କୌଣସି ରୋଜଗାର ନାହିଁ । ସଂଜିତଙ୍କ ସ୍ତ୍ରୀ ସରସ୍ୱତୀ ନର୍ସ ଭାବରେ କାମକରି ନିଜର ପରିବାର ପ୍ରତିପୋଷଣ କରନ୍ତି ।    
ଏହି କାରଣ ଯୋଗୁଁ ସ୍ୱାମୀ, ସ୍ତ୍ରୀ ମଧ୍ୟରେ ସର୍ବଦା କଳି ଝଗଡ଼ା ଲାଗି ରହୁଥିଲା । ତେବେ ଗତକାଲି କୌଣସି କାରଣକୁ ନେଇ ବଚସା ପରେ ଘଟିଥିଲା ହତ୍ୟାକାଣ୍ଡ । ଘଟଣା ସ୍ଥଳରେ ସ୍ତ୍ରୀ ସରସ୍ୱତୀଙ୍କର ମୃତୁ୍ୟ ହୋଇଥିବା ବେଳେ ସୌଭାଗ୍ୟ ବସତଃ ଝିଅର ଜୀବନ ବଞ୍ଚିଯାଇଥିଲା । ଗୁରୁତର ଝିଅକୁ ଚିକିସôା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପହଞ୍ଚି ଘଟଣାର ତଦନ୍ତ ଜାରୀ ରଖିଛନ୍ତି ।