ରଥ ଯାତ୍ରା ପାଇଁ ଚାଲିବ ସ୍ୱତନ୍ତ୍ର ବସ୍
ରଥ ଯାତ୍ରା ପାଇଁ ଚାଲିବ ସ୍ୱତନ୍ତ୍ର ବସ୍

କଟକ : ଆସନ୍ତା ଜୁଲାଇ ୧ତାରିଖରେ ରଥଯାତ୍ରା ।ଏଥିପାଇଁ ଉସôବମୁଖର ହୋଇଛି ପୁରୀ । ରଥଯାତ୍ରା ପାଇଁ କଟକ, ଭୁବନେଶ୍ୱର, ପୁରୀ ମଧ୍ୟରେ ନିୟମିତ ବସ୍ ବ୍ୟତୀତ ପାଖାପାଖି ୧୦୦ଟି ସ୍ୱତନ୍ତ୍ର ବସ୍ ଚଳାଚଳ କରିବ । ଘରୋଇ ବସ୍ ମାଲିକ ସଂଘ-ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁସାରେ, ଏହି ସ୍ୱତନ୍ତ୍ର ବସ୍ ସେବା ରଥଯାତ୍ରା ପୂର୍ବଦିନ, ରଥଯାତ୍ରା ଦିନ ଓ ରଥଯାତ୍ରା ପରଦିନ, ବାହୁଡା ପୂର୍ବଦିନ, ବାହୁଡା ଦନ, ସୁନାବେଶ ଓ ସୁନାବେଶ ପରଦିନ, ଏହିପରି ୭ ଦିନ ଧରି ଦିନରାତି ଉପଲବ୍ଧ ହେବ । ସମସ୍ତ ବସ୍ ପୁରୀର ତାଳବଣିଆଠାରେ ରହିବ । ଯାତ୍ରୀଙ୍କ ସୁବିଧା ପାଇଁ କଟକ, ପୁରୀ ଓ ଭୁବନେଶ୍ୱରରେ ସୂଚନା କେନ୍ଦ୍ର ଖୋଲାଯିବ ।
ବୈଠକରେ ରାଜ୍ୟ ଘରୋଇ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ରନାଥ ସାହୁ, ସଭାପତି ଲୋକନାଥ ପାଣି, କଟକ ଘରୋଇ ବସ ମାଲିକ ସଂଘ ସଭାପତି ପ୍ରିୟବ୍ରତ ତ୍ରିପାଠୀ, ସାଧାରଣ ସଂପାଦକ ଅଜୟ କୁମାର ବାରିକ୍, ଭୁବନେଶ୍ୱର ଘରୋଇ ବସ୍ ମାଲିକ ସଂଘ ସଂପାଦକ ବରଦା ଆଚାର୍ଯ୍ୟ, ସଭାପତି ଦେବବ୍ରତ ପଟ୍ଟନାୟକ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ କମିସନର ଅରୁଣ ବୋଥ୍ରା, ଅତିରିକ୍ତ କମିସନର ଶ୍ରୀନିବାସ ବେହେରାଙ୍କ ସମେତ ଆରଟିଓ କଟକ, ଆରଟିଓ ଭୁବନେଶ୍ୱର, ଆରଟିଓ ପୁରୀ, ପୁରୀ ଡିଏସପି, ଭୁବନେଶ୍ୱର ଡିଏସପି(ଟ୍ରାଫିକ୍)ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।