ନୂଆବର୍ଷରୁ ଶ୍ରୀମନ୍ଦିରକୁ ମୋବାଇଲ ମନା
ନୂଆବର୍ଷରୁ ଶ୍ରୀମନ୍ଦିରକୁ ମୋବାଇଲ ମନା
ପୁରୀ : ନୂଆବର୍ଷରୁ ଶ୍ରୀମନ୍ଦିରକୁ ମୋବାଇଲ ମନା । ଯେଉଁ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଶ୍ରୀମନ୍ଦିରକୁ ଯାଉଛନ୍ତି, ସେମାନେ ଯିବା ପୂର୍ବରୁ ସିଂହଦ୍ୱାର ଓ ଦକ୍ଷିଣଦ୍ୱାରରେ ଖୋଲାଯିବାକୁ ଥିବା ସ୍ୱତନ୍ତ୍ର କାଉଣ୍ଟରରେ ନିଜ ନିଜ ମୋବାଇଲ ରଖିବେ । ଯେଉଁମାନେ ନିୟମ ଉଲଙ୍ଘନ କରିବେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି ।
ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡ. କେ. ବିଶାଳ ସିଂ, ପ୍ରତ୍ନତତ୍ତ୍ୱ ବିଭାଗ ଅଧୀକ୍ଷକ ଡି. ବି ଗଡନାୟକ, ସମସ୍ତ ପରିଚାଳନା କମିଟି ସଦସ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାରନେ ଉପସ୍ଥିତ ଥିଳେ ।




admin 