ନିର୍ଭୟା ମାମଲାରେ ରାୟ ଶୁଣାଇଲେ ଦିଲ୍ଲୀ ହାଇକୋର୍ଟ, ୪ ଦୋଷୀଙ୍କୁ ୭ ଦିନର ଦେଲେ ଡେଡ୍‌ ଲାଇନ ।

ନିର୍ଭୟା ମାମଲାରେ ରାୟ ଶୁଣାଇଲେ ଦିଲ୍ଲୀ ହାଇକୋର୍ଟ, ୪ ଦୋଷୀଙ୍କୁ ୭ ଦିନର ଦେଲେ ଡେଡ୍‌ ଲାଇନ ।

ନିର୍ଭୟା ମାମଲାରେ ରାୟ ଶୁଣାଇଲେ ଦିଲ୍ଲୀ ହାଇକୋର୍ଟ, ୪ ଦୋଷୀଙ୍କୁ ୭ ଦିନର ଦେଲେ ଡେଡ୍‌ ଲାଇନ ।
ନିର୍ଭୟ ଦୋଷୀଙ୍କୁ ଖୁବଶୀଘ୍ର ଫାଶୀ ଖୁଣ୍ଟରେ ଝୁଲାଇବା ଦାବି କରି କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସ ଦ୍ୱାରା ଦାଏର ହୋଇଥିବା ଯାଚିକାକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ସମସ୍ତ ଦୋଷୀଙ୍କୁ ଏକାସାଙ୍ଗରେ ହିଁ ଫାଶୀ ଦିଆଯିବ ବୋଲି କୋର୍ଟ ଜଣାଇଛନ୍ତି । ଏହାସହ ସବୁ ଦୋଷୀଙ୍କୁ 7 ଦିନ ମଧ୍ୟରେ ନିଜର ସମସ୍ତ ଆଇନଗତ କ୍ଷମତା ଆପଣାଇବା ଲାଗି ଡେଡ୍‌ ଲାଇନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ନିର୍ଭୟା ମାମଲାର ଦୋଷୀଙ୍କ ଡେଥ ୱାରେଣ୍ଟ ଦୁଇଥର ଟଳି ସାରିଛି । ଦୋଷୀମାନେ ଅଲଗା-ଅଲଗା ରୁପେ ଆଇନଗତ ବିକଳ୍ପ ଗୁଡ଼ିକର ବ୍ୟବହାର କରି ଡେଥ ୱାରେଣ୍ଟ ଟାଳିବାରେ ସଫଳ ହୋଇଥିଲେ । କିନ୍ତୁ ଏବେ ହାଇକୋର୍ଟ ସେମାନଙ୍କୁ ସାତ ଦିନ ଭିତରେ ହିଁ ସବୁ ବିକଳ୍ପ ଆପାଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟ ଦୋଷୀଙ୍କ ଫାଶୀରେ ବିଳମ୍ୱକୁ ନେଇ ପ୍ରଶାସନ ଉପରେ ଅସନ୍ତୋଷ ଜାହିର କରିଥିଲେ । କୋର୍ଟ ନିଜ ଆଦେଶରେ କହିଛନ୍ତି ଯେ ଗୋଟିଏ ସପ୍ତାହ ପରେ ଡେଥ୍‌ ୱାରେଣ୍ଟ ଲାଗୁ କରିବା ଆରମ୍ଭ ହେବ । କୋର୍ଟରେ ଜଜ୍‌ ସୁରେଶ କୈତ ଜେନ ମେନ୍ୟୁଆଲର ରୁଲ୍‌ ମଧ୍ୟ ପଢ଼ିଥିଲେ । କୈତ କହିଥିଲେ ଯେ ଜେଲ ମେନ୍ୟୁଆଲର ନିୟମ 834 ଏବଂ836 ଅନୁସାରେ ଗୋଟିଏ ମାମଲାରେ ଏକରୁ ଅଧିକ ଦଣ୍ଡ ପାଇଥିବା ଦୋଷୀଙ୍କ ଯାଚିକା ଯଦି ଲମ୍ୱିତ ରୁହେ ତେବେ ଫାଶୀ ଟଳି ଥାଏ, କିଛି ବିଷୟ ଉପରେ ସ୍ପଷ୍ଟତା ନାହିଁ । କୋର୍ଟ କହିଛନ୍ତି ଯେ ତଳ କୋର୍ଟ ସମସ୍ତଙ୍କୁ ଏକାସାଙ୍ଗରେ ଦୋଷୀ ଘୋଷଣା କରିଥିଲେ, ଦୋଷୀଙ୍କ ଅପରାଧ ଏବଂ କ୍ରୁରତା ଏବଂ ଘଧନ୍ୟ,ସମାଜ ଉପରେ ଏହାର ଖରାପ ପ୍ରଭାବ ପଡ଼ିଛି । କିନ୍ତୁ ସମ୍ୱାଧାନର ଧାରା 21 ଅନୁସାରେ କିଛି ସେମାନଙ୍କ ପାଇଁ ମଧ୍ୟ ଆଇନଗତ ବିକଳ୍ପ ରହିଛି, ଯାହାର ତାଙ୍କୁ ଭରପୁର ସୁଯୋଗ ମିଳିଛି । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ନିର୍ଭୟାଙ୍କ ମା’ଆଶା ଦେବୀ ସ୍ୱାଗତ କରିଛନ୍ତି । ଆଶା ଦେବୀ କହିଛନ୍ତି ଏବେ ସବୁ ଦେଷୀଙ୍କ ପାଖରେ ସାତ ଦିନର ଆଇନଗତ ବିକଳ୍ପ ରହିଛି । ଏହାପରେ ଦୋଷୀଙ୍କୁ ତୁରନ୍ତ ଫାଶୀ ଦିଆଯିବା ଦରକାର ।