ନିଟ୍ ପରୀକ୍ଷାରେ ପାଇଁ ଜୀବନ ହାରିଲେ ଛାତ୍ରୀ

ନିଟ୍ ପରୀକ୍ଷାରେ ପାଇଁ ଜୀବନ ହାରିଲେ ଛାତ୍ରୀ

ନିଟ୍ ପରୀକ୍ଷାରେ ପାଇଁ ଜୀବନ ହାରିଲେ ଛାତ୍ରୀ

ଚେନ୍ନାଇ: ପ୍ରକାଶ ପାଇଛି ୟୁଜି ନିଟ୍ ପରୀକ୍ଷା ଫଳ । ପରୀକ୍ଷାରେ ବିଫଳ ହେବାରୁ ଜଣେ ଛାତ୍ରୀ ଜୀବନ ହାରିଛନ୍ତି । ଉକ୍ତ ଛାତ୍ରୀ ଜଣକ ହେଉଛନ୍ତି ଚେନ୍ନାଇର ବୋଲି ଜଣାପଡିଛି ।  ପରୀକ୍ଷା ଫଳ ପାଇବା ପରେ ୧୯ ବର୍ଷୀୟ ଛାତ୍ରୀ ଜଣକ ଆତ୍ମହତ୍ୟା ଭଳି ଏକ ଚରମ ପନ୍ଥା ଆପଣାଇଛନ୍ତି ।  ଛାତ୍ରୀଙ୍କ ଜଣକୁ ପରିବାର ଲୋକେ ଚେନ୍ନାଇ କେଏମସି ହସପିଟାଲକୁ ନେଇଥିଲେ  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।  

ସୂଚନା ଅନୁସାରେ ନିଟ ପରୀକ୍ଷାରେ ତାମିଲନାଡୁର ୧,୩୨,୧୬୭ ଜଣ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ  ୬୭,୭୮୭ ଜଣ ପାସ୍ କରିଛନ୍ତି । ନିଟ୍ ପରୀକ୍ଷାରେ  ବିଫଳ ହୋଇ ଏହି ଆତ୍ମହତ୍ୟା ଘଟଣା ପ୍ରଥମ ନୁହଁ । ଗତ ଜୁଲାଇ ମାସରେ ତାମିଲନାଡୁରେ ସମାନ ପ୍ରକାର ଅଘଟଣ ଘଟିଥିଲା  ।

ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ତାମିଲନାଡୁର ଆରିୟାଲୁରରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ପୁଲିସ ଝିଅଟିର ସୁଇସାଇଡ ନୋଟ ଜବତ କରିଥିଲା । ଯେଉଁଥିରେ ପରୀକ୍ଷାରେ ଫେଲ ହେବା ଆଶଙ୍କା ଥିବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ଉଲ୍ଲେଖ ରହିଛି । ସେହିପରି ଅନ୍ୟ ଏକ ଘଟଣାକ୍ରମେ  ସେହି ଜୁଲାଇ ମାସରେ ଜଣେ ୧୮ ବର୍ଷର ବାଳକ ଆତ୍ମହତ୍ୟା କରିଥିଲେ ।