ନିଟ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ
ନିଟ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ
admin
Sep 12, 2020 - 07:53
Updated: Sep 12, 2020 - 07:53
ଭୁବନେଶ୍ୱର: ନିଟ୍ ପରୀକ୍ଷାର୍ଥୀଙ୍କ ସୁବିଧା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ଶନିବାର ଓ ରବିବାର ରାଜ୍ୟରେ ୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ୧୨ ତାରିଖ ଅପରାହ୍ନ ୪ଟାରେ ଭଦ୍ରକ ଛାଡ଼ି ସନ୍ଧ୍ୟା ୭ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବ ଏବଂ ୧୩ ତାରିଖ ସନ୍ଧ୍ୟା ୭ ରୁ ଭୁବନେଶ୍ୱରରୁ ବାହାରି ରାତି ୧୦ଟା ୩୦ ରେ ଭଦ୍ରକ ପହଞ୍ଚିବ । ଏହି ଟ୍ରେନ ବୈତରଣୀ ରୋଡ, ହରିଦାସପୁର, ଧନମଣ୍ଡଳ, ନିର୍ଗୁଣ୍ଡି ଓ କଟକ ଷ୍ଟେସନରେ ରହିବ ।
କେନ୍ଦୁଝରଗଡ଼ -ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଅପରାହ୍ନ ୪ଟାରେ କେନ୍ଦୁଝରଗଡ଼ରୁ ବାହାରି ସନ୍ଧ୍ୟା ୭ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବ । ୧୩ ତାରିଖ ସନ୍ଧ୍ୟା ୭ଟା ୩୦ ରେ ଭୁବନେଶ୍ୱର ଛାଡ଼ି ରାତି ୧୧ଟା ୪୫ ରେ କେନ୍ଦୁଝର ଗଡ଼ରେ ପହଞ୍ଚିବ । ଏହା ହରିଚନ୍ଦନପୁର, ସୁକିନ୍ଦା, ଯଖପୁରା, ହରିଦାସପୁର, ଧନମଣ୍ଡଳ, କପିଳାସ ରୋଡ, କଟକ ଷ୍ଟେସନରେ ରହିବ । ରାୟଗଡ଼ା ସମ୍ବଲପୁର ରାୟଗଡ଼ା ସ୍ୱତନ୍ତ୍ର ଟ୍ରେନ ଅପରାହ୍ନ ୪ଟାରେ ରାୟଗଡ଼ାରୁ ବାହାରି ରାତି ୧୦ଟା ୩୦ରେ ସମ୍ବଲପୁରରେ ପହଞ୍ଚିବ । ୧୩ ତାରିଖ ରାତି ୧୧ଟାରେ ସମ୍ବଲପୁରରୁ ଛାଡ଼ି ୧୪ ତାରିଖ ଭୋର ୫ଟା ୩୦ରେ ରାୟଗଡ଼ାରେ ପହଞ୍ଚିବ । ଏହା ଥରୁବାଲି, ମୁନିଗୁଡ଼ା, ଅମ୍ବାଦୋଳା, ନର୍ଲା ରୋଡ, ରୂପରା ରୋଡ, କେସିଙ୍ଗା, ଟିଟିଲାଗଡ଼, ବଡ଼ମାଳ, ସଇଁତଳା, ବଲାଙ୍ଗୀର, ଲୋଇସିଙ୍ଗା, ବରପାଲ୍ଲୀ, ବରଗଡ଼ ରୋଡଠାରେ ରହିବ । ଖରିଆର ରୋଡ ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ ଅପରାହ୍ନ ୪ଟାରେ ଖରିଆରରୁ ବାହାରି ରାତି ୧୦ଟା ୩୦ରେ ସମ୍ବଲପୁରରେ ପହଞ୍ଚିବ । ୧୩ ତାରିଖ ରାତି ୧୧ଟାରେ ଏହା ସମ୍ବଲପୁରରୁ ବାହାରି ୧୪ ତାରିଖ ଭୋଗର ୪ଟା ୩୦ରେ ଖରିଆର ଷ୍ଟେସନରେ ପହଞ୍ଚିବ । ଏହା ନୂଆପଡ଼ା ରୋଡ, ହରିଶଙ୍କର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, ବଡ଼ମାଳ, ସଇଁତଳା, ବଲାଙ୍ଗୀର, ଲୋଇସିଙ୍ଗା, ବରପଲ୍ଲୀ, ବରଗଡ଼ ରୋଡ ଷ୍ଟେସନରେ ଅଟକିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।