ନକଲି ଔଷଧ କାରବାରକୁ ଆଦୌ ବରଦାସ୍ତ କରାଯିବ ନାହିଁ : ସ୍ୱାସ୍ଥ୍ୟମନ୍ତ୍ରୀ

ନକଲି ଔଷଧ କାରବାରକୁ ଆଦୌ ବରଦାସ୍ତ କରାଯିବ ନାହିଁ : ସ୍ୱାସ୍ଥ୍ୟମନ୍ତ୍ରୀ

ନକଲି ଔଷଧ କାରବାରକୁ ଆଦୌ ବରଦାସ୍ତ କରାଯିବ ନାହିଁ : ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ନକଲି ଔଷଧ କାରବାରକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ସେ କହିଛନ୍ତି ଯେ, ଡ୍ରଗ୍ସ କଣ୍ଟ୍ରୋଲର ଓ ପୁଲିସକୁ ମିଳିତଭାବେ ରେଡ କରିବାକୁ କୁହାଯାଇଛି । ଯେଉଁମାନେ ଧରାପଡ଼ିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଟକରୁ ଜବତ ଔଷଧ ଭୁବନେଶ୍ୱର ଓ କୋଲକାତା ଲ୍ୟାବକୁ ପଠାଯାଇଛି । ପ୍ରତି ଜିଲ୍ଲାରେ ଯାଞ୍ଚ କଡ଼ାକଡ଼ି ହେବ । ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, କରୋନାର ତୃତୀୟ ଲହରରେ ଶିଶୁମାନେ ପ୍ରଭାବିତ ହେବା ନେଇ ବିଶେଷଜ୍ଞ ଆଶଙ୍କା କରିଛନ୍ତି । ଶିଶୁଙ୍କ ପାଇଁ ୧୬୧୦ ସାଧାରଣ ବେଡ ଓ ୬୧୦ ଆଇସିୟୁ ବ୍ୟବସ୍ଥା ହୋଇଛି । ଶିଶୁଭବନରେ ସ୍ୱତନ୍ତ୍ର ଭାବେ କୋଭିଡ ବ୍ଲକ ପ୍ରସ୍ତାବ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।