ଧାନ ନଉଠିବା ଯାଏ ବିଧାନସଭା ଚଳାଇ ଦେବୁନି : ବାହିନୀପତି

ଧାନ ନଉଠିବା ଯାଏ ବିଧାନସଭା ଚଳାଇ ଦେବୁନି : ବାହିନୀପତି

ଧାନ ନଉଠିବା ଯାଏ ବିଧାନସଭା ଚଳାଇ ଦେବୁନି : ବାହିନୀପତି
ଭୁବନେଶ୍ୱର : ଶୁକ୍ରବାର ଠାରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ତେବେ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି । ବିରୋଧୀ ଦଳର ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ହୋହାଲ୍ଲା କରିଥିଲେ । ମଣ୍ଡିରୁ ଧାନ ଉଠିବା ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ତେବେ ଏହି ପରିପ୍ରେକ୍ଷୀରେ ଧାନମଣ୍ଡି ସମସ୍ୟାକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗର୍ଜିଛନ୍ତି । ଯେ ପର୍ଯ୍ୟନ୍ତ ଧାନ ଉଠୁନି, ସେଯାଏ ବିଧାନସଭା ଚାଲିବାକୁ ଦେବୁନି ବୋଲି ତାରା କହିଛନ୍ତି । ତାରା କହିଛନ୍ତି ଯେ, ବିଜେଡି ନେତା କହିପାରୁନାହାନ୍ତି, ଆମ ଦ୍ୱାରା କୁହାଉଛନ୍ତି । ଗୃହରେ ନିଜ ସମସ୍ୟା କହିବା ଲାଗି ନବୀନ ପଟ୍ଟନାୟକ କାହାକୁ ଅଧିକାର ଦେଉନାହାନ୍ତି । ଏଠି ଅମଲାମାନଙ୍କ ଶାସନ ଚାଲିଛି । ସମସ୍ତ ଧାନ ଉଠାଇବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ତାରା ଦାବି କରିଛନ୍ତି ।