ଧରାପଡ଼ିଲେ ୧୫ ଜାଲ୍ ଶିକ୍ଷକ
ଧରାପଡ଼ିଲେ ୧୫ ଜାଲ୍ ଶିକ୍ଷକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଧରା ପଡ଼ିଛନ୍ତି ୧୫ ଜଣ ଜାଲ ଶିକ୍ଷକ। ସାର୍ଟିଫିକେଟ୍ ଯାଞ୍ଚ ବେଳେ ଏହା ଜଣାପଡ଼ିଥିଲା। ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଥାନାରେ ମଧ୍ୟ ମାମଲା କରାଯାଇଥିବା ଜିଲ୍ଲା ବିଜ୍ଞାନ ପରିଦର୍ଶକ କୃଷ୍ଣ ମୋହନ ସିଂହ।
ଅଭିଯୋଗରୁ ପ୍ରକାଶ, ଦୀର୍ଘ ଦିନ ଧରି ବାଲେଶ୍ୱର ଜିଲ୍ଲାରେ ନକଲି ଶିକ୍ଷକ ଶିକ୍ଷାଦାନ କରୁଥିଲେ। ମାସ ମାସ ଧରି ଦରମା ମଧ୍ୟ ନେଉଥିଲେ। ରାଜ୍ୟ ସରକାରଙ୍କ ରାଜକୋଷକୁ ଲୋଟ୍ କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଥିଲା। ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ କରିଥିଲା ଶିକ୍ଷା ବିଭାଗ। ଏହି ସମୟରେ ୧୫ ଜଣ ଶିକ୍ଷକ ନକଲି ବୋଲି ଜଣାପଡ଼ିଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏପରିକି ସେମାନଙ୍କ ନାଁରେ ଥାନାରେ ଅଭିଯୋଗ କରାଯାଇଛି ବୋଲି ଜିଲ୍ଲା ବିଜ୍ଞାନ ପରିଦର୍ଶକ ସୂଚନା ଦେଇଛନ୍ତି।