ଧରାପଡ଼ିଲା ଫେକ୍ ଆଞ୍ଜେଲ ପ୍ରିୟା
ଧରାପଡ଼ିଲା ଫେକ୍ ଆଞ୍ଜେଲ ପ୍ରିୟା
ଭୁବନେଶ୍ୱର: କେବେ ଆଞ୍ଜେଲ ପ୍ରିୟା କେବେ କୁଇନ । ଫେକ ନାଁରେ ସୋସିଆଲ ମିଡିଆରେ ଚାଲିଥିଲା ଆକାଉଣ୍ଟ । କେବେ ଡାକ୍ତରୀ ଛାତ୍ର ପୁଣି କେବେ ଆଇଟି ପ୍ରଫେସନାଲ ଆଉ କେବେ ବୁ୍ୟଟିସିଆନ । ଭଳିକି ଭଳି ନାଁ, ଭଳିକି ଭଳି ପେଷା । ଫଟୋ ବି ନକଲି । କେତେବେଳେ କାହା ଫଟୋ ବ୍ୟବହାର କରୁଥିଲା, ସେ ଝିଅମାନେ ବି ଜାଣିନାହାନ୍ତି । ଫେସବୁକରେ ଏପରି ଫେକ୍ ଆକାଉଣ୍ଟକରି ଯୁବକ ଓ ବିବାହିତ ପୁରୁଷଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ଲୁଟୁଥିଲା । ଏମିତି ଜଣେ ଫେକ୍ ଆଞ୍ଜେଲ ପ୍ରିୟାକୁ ଧରିଛି ପୁଲିସ । ପ୍ରକୃତ ନାଁ ପ୍ରିୟଙ୍କ ପ୍ରିୟଦର୍ଶିନୀ । ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ପାଖ ନାଚୁଣୀରେ ।
ଏହି ଯୁବତୀଙ୍କୁ ପୁଲିସ ଗିରଫ କରିବା ପରେ ତା’ ଦ୍ୱାରା ଠକେଇ କେତେ ଯୁବକ ଠକେଇର ଶିକାର ହୋଇଛନ୍ତି, ତା’ର ଏକ ଲମ୍ବା ତାଲିକା ପୁଲିସ ହାତରେ ଲାଗିଛି ।
ଫେସବୁକରେ ନିଜ ଫଟୋ ନଦେଇ, ଅଜଣା ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଇ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଥିଲେ। କେତେବେଳେ ନିଜକୁ ଡାକ୍ତର, ଇଞ୍ଜିନିୟର, କେବେ ଅଭିନେତ୍ରୀ କହି ଯୁବକଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲା ପ୍ରିୟଙ୍କା । ପରେ ଟଙ୍କା ନେଇ ଛୁ ମାରୁଥିଲା । ସହିଦନଗର ପୋଲିସ ହାତରେ ଗିରଫ ପରେ ଜବତ ହୋଇଛି ୧ ଲକ୍ଷ ୩୩ ହଜାର ଟଙ୍କା, ମୋବାଇଲ, ଏଟିଏମ କାର୍ଡ, ବ୍ୟାଙ୍କ ପାସବୁକ ସହ ଚେକ୍ବୁକ । ଫେସବୁକର ଏହି ଫେକ୍ ସୁନ୍ଦରୀ କେତେ ଜଣକୁ ଠକିଛି ସେନେଇ ପୋଲିସ ତଦନ୍ତ ଚଳାଇଛି ।




admin 