ଦେଶରେ ୨୪ ଘଣ୍ଟାରେ ୨,୮୭୬ କରୋନା ସଂକ୍ରମିତ ଚିହ୍ନଟ
ଦେଶରେ ୨୪ ଘଣ୍ଟାରେ ୨,୮୭୬ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହ୍ରାସ ପାଉଛି କରୋନା ସଂକ୍ରମଣ। ଏହା ସହିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ସମାନ ସ୍ଥିତି ପରିଲକ୍ଷିତ ହେଉଛି। ଗତ ୨୪ଘଣ୍ଟାରେ ଦେଶରେ ୨, ୮୭୬ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ପାର୍ କରିଛି । ବର୍ତ୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ୨୯ଲକ୍ଷ ୯୮ହଜାର ୯୩୮କୁ ବୃଦ୍ଧି ପାଇଛି ।
ଗତ ୨୪ଘଣ୍ଟାରେ କେରଳର ସର୍ବାଧିକ ୧ହଜାର ୧୯୩, ମିଜୋରାମରେ ୨୭୦, ମହାରାଷ୍ଟ୍ରରେ ୨୦୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୪୦ହଜାର ତଳେ ରହିଛି । ଦେଶରେ ସକ୍ରିୟ ମାମଲା ୩୨ହଜାର ୮୧୧ରହିଛି । ଦେଶରେ ଗତ ୨୪ଘଣ୍ଟାରେ ୩ହଜାର ୮୮୪ଜଣ କରୋନାକୁ ମାତ୍ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୨୪ଲକ୍ଷ ୫୦ହଜାର ୫୫ରେ ପହଞ୍ଚି ଯାଇଛି । ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ବେଗରେ ଚାଲିଛି । ଦେଶରେ ଟିକାକରଣ ସଂଖ୍ୟା ୧୮୦କୋଟି ୬୦ଲକ୍ଷ ଟପିଛି । ସେମାନଙ୍କ ମଧ୍ୟରୁ ୯୧କୋଟି ୨୦ଲକ୍ଷରୁ ଅଧିକ ପ୍ରଥମ ଡୋଜ ଥିବାବେଳେ ୭୮କୋଟି ୨୦ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍ ରହିଛି ।




admin 