ଦେଶରେ ୨୪ ଘଣ୍ଟାରେ ୨୫୬୮ କରୋନା ସଂକ୍ରମିତ ଚିହ୍ନଟ
ଦେଶରେ ୨୪ ଘଣ୍ଟାରେ ୨୫୬୮ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ପଜିଟିଭଙ୍କ ସଂଖ୍ୟା । ସଂକ୍ରମଣ ମାମଲା କ୍ରମଶଃ ହ୍ରାସ ପାଇ ଏବେ ୩ ହଜାର ତଳେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର ୨,୫୬୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ମଧ୍ୟ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧୦୦ ତଳେ ରହିଛି । ଦିନକରେ ଦେଶରେ ୯୭ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ୪,୭୨୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସଂକ୍ରମଣ କମିବା ସହ ଭାରତରେ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଭାରତରେ ମୋଟ ୩୩,୯୧୭ଟି ସକ୍ରିୟ ମାମଲା ରହିଛି । ଏବେ ଦୈନିକ ପଜିଟିଭ ହାର ୦.୩୭%ରେ ପହଞ୍ଚିଛି । ଏଯାବତ୍ ଦେଶରେ ମୋଟ ୪,୨୪,୪୬,୧୭୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ସମୁଦାୟ ୫,୧୫,୯୭୪ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ଏଯାବତ୍ ୧୮୦.୩୬ କୋଟି ଡୋଜ୍ ଟୀକାକରଣ କରାଯାଇଛି ।




admin 