ଚୀନରେ ପୁଣି ଦ୍ରୁତ ଗତିରେ ବ୍ୟାପୁଛି କରୋନା

ଚୀନରେ ପୁଣି ଦ୍ରୁତ ଗତିରେ ବ୍ୟାପୁଛି କରୋନା

ଚୀନରେ ପୁଣି ଦ୍ରୁତ ଗତିରେ ବ୍ୟାପୁଛି କରୋନା

ବେଜିଂ: ଚୀନ୍ରେ ପୁଣି ଦ୍ରୁତ ଗତିରେ ମାଡ଼ୁଛି ମହାମାରୀ। ଚୀନରେ ଦିନକ ମଧ୍ୟରେ ସର୍ବାଧିକ ୫୨୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାମାରୀ ଆରମ୍ଭଠାରୁ ଏଯାବତ୍ ଏଠାରେ ଏହା ହେଉଛି ସର୍ବାଧତ୍କ ଦୈନିକ ପଜିଟିଭ ସଂଖ୍ୟା।

ଏନ୍ଏଚ୍ସି ଅନୁସାରେ, ଏଠାରେ କରୋନାର ଓମିକ୍ରନ୍ ଭାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଚୀନର ପୂର୍ବୋତ୍ତର ଅଞ୍ଚଳ ଜିଲିନ୍ରୁ ସର୍ବାଧିକ ୩୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚୀନ୍ ଜିରୋ କୋଭିଡ ଟଲରାନ୍ସ ନୀତି ଆପଣାଇଛି। ଚୀନ୍ର ଟେକ୍ ହବ୍ କୁହାଯାଉଥିବା ସହର ସେନଝେନ ସମେତ ୧୦ଟି ସହରରେ ଲକଡାଉନ୍ ଲାଗୁ କରିଛି ଚୀନ୍। ବିଗତ ଦିନରେ ସେନଝେନରୁ ୭୫ଟି କରୋନା ମାମଲା ସାମ୍ନାକୁ ଆସିଥିଲା।

ସେପଟେ ଲକଡାଉନ୍ ଯୋଗୁଁ ପ୍ରାୟ ୧ କୋଟି ୭୦ ଲକ୍ଷ ଲୋକ ନିଜ ଘରେ କଏଦ ହୋଇଛନ୍ତି। 

ତେବେ ହଙ୍ଗକଙ୍ଗରେ କିନ୍ତୁ କରୋନା ମାମଲା ବେଲଗାମ ହୋଇଛି। ଏଠାରେ ରବିବାର ଦିନ ୩୨,୦୦୦ କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ସଂକ୍ରମଣ ରୋକିବା ପାଇଁ କଡା ରଣନୀତି ଆପଣାଇବାକୁ ସେଠାକାର ସରକାର ସଙ୍କେତ ଦେଇଛନ୍ତି।