ଦେଶରେ ୨୪ ଘଣ୍ଟାରେ ୧୬, ୧୫୬ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୧୬, ୧୫୬ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୧୬, ୧୫୬ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬ ହଜାର  ୧୫୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୪୫ଲକ୍ଷ ୩୧ହଜାର ୮୦୯କୁ ବୃଦ୍ଧି ପାଇଛି ।

ଏହା ସହିତ ଆଜି ଦେଶରେ ୭୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ୪ଲକ୍ଷ ୬୫ହଜାର ୩୮୬ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 

ବର୍ତ୍ତମାନ ଦେଣଶରେ କରୋନା ଜନିତ ସକ୍ରିୟ ମାମଲା ୧ଲକ୍ଷ ୬୦ହଜାର ୯୮୯ ରହିଛି ଓ ଏବେ ସୁଦ୍ଧା ଦେଶରେ କରୋନାରୁ ସୁସ୍ଥ ହେଲେଣି  ୩ କୋଟି ୩୬ଲକ୍ଷ ୧୪ହଜାର ୪୩୪ ।