ପହିଲାରୁ ସଭ୍ୟ ସଂଗ୍ରହ କରିବ କଂଗ୍ରେସ

ପହିଲାରୁ ସଭ୍ୟ ସଂଗ୍ରହ କରିବ କଂଗ୍ରେସ

ପହିଲାରୁ ସଭ୍ୟ ସଂଗ୍ରହ କରିବ କଂଗ୍ରେସ

ଭୁବନେଶ୍ୱର : ଦଳକୁ ମଜବୁତ କରିବା ପାଇଁ କଂଗ୍ରେସ ସଭ୍ୟ ସଂଗ୍ରହ କରିବ  । ଆସନ୍ତା ପହିଲାରୁ ସାରା ଦେଶରେ ଦଳ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହେବ  । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ଏଆଇସିସି ମହାସଚିବ କେସି ବେଣୁଗୋପାଳ ପତ୍ର ମାଧ୍ୟମରେ ପିସିସି ସଭାପତି ଓ ଦଳର ବରିଷ୍ଠ ନେତାମାନଙ୍କୁ ଅବଗତ କରାଇଛନ୍ତି  ।

ସଭ୍ୟ ସଂଗ୍ରହ ସଂକ୍ରାନ୍ତରେ ଦଳ ପକ୍ଷରୁ ଗାଇଡ଼ଲାଇନ ମଧ୍ୟ ଜାରି କରାଯାଇଛି  । ପାଚଂ ବର୍ଷ ପର୍ଯ୍ୟନ୍ତ କଂଗ୍ରେସର ସଭ୍ୟ ହେବା ପାଇଁ ୫ ଟଙ୍କା ପ୍ରଦାନ କରିବାକୁ ପଡିବ  । ଏଥିପାଇଁ ବ୍ଲକରେ ଏକ ପଞ୍ଜୀକରଣ ରେଜିଷ୍ଟ୍ରର କରାଯିବ  । ପରେ ଏହାର ଏକକିତା କପି ଜିଲ୍ଲା କଂଗ୍ରେସ କମିଟିକୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି  । ଯେଉଁମାନେ ୨୦୨୨ ମାର୍ଚ୍ଚ ସୁଦ୍ଧା କଂଗ୍ରେସର ସଭ୍ୟ ହେବେ ସେମାନେ କଂଗ୍ରେସର ସାଂଗଠନିକ ନିର୍ବାଚନରେ ଭୋଟ ଦେବାର ସୁଯୋଗ ପାଇପାରିବେ  । ସେହିପରି ଯେଉଁମାନେ ଅତିକମରେ ୩ ବର୍ଷ ଦଳର ସଭ୍ୟ ଥିବେ ସେମାନଙ୍କୁ ଦଳୀୟ ପଦାଧିକାରୀ ନିର୍ବାଚନରେ ଭାଗ ନେବାର ସୁଯୋଗ ମିଳିପାରିବ  । ଦଳର ପଦାଧିକାରୀ ହେବା ପାଇଁ ଚାହୁଁଥିବା ନେତାମାନଙ୍କୁ ୧୦୦ ଟଙ୍କା ଜମା କରିବାକୁ ପଡ଼ିବ ବୋଲି ବେଣୁଗୋପାଳ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି  ।

ଉଭୟ ଅନଲାଇନ ଓ ଅଫଲାଇନରେ ସଭ୍ୟ ପଞ୍ଜୀକରଣ କରାଯିବ  । ସଭ୍ୟ ସଂଗ୍ରହ ପାଇଁ ପିସିସି ପକ୍ଷରୁ ଜଣେ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ଦିଆଯିବ  ।