ବିଜେପି ଡରରେ ମୁଁ ଚାମଚା ହେବା ଲୋକ ନୁହେଁ : ଦିଲ୍ଲୀପ ରାୟ

ବିଜେପି ଡରରେ ମୁଁ ଚାମଚା ହେବା ଲୋକ ନୁହେଁ : ଦିଲ୍ଲୀପ ରାୟ

ବିଜେପି ଡରରେ ମୁଁ ଚାମଚା ହେବା ଲୋକ ନୁହେଁ : ଦିଲ୍ଲୀପ ରାୟ
ଭୁବନେଶ୍ୱର: ମୋ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ସିବିଆଇ ମାମଲା ତଦନ୍ତ ହେଉଛି । ଯେଉଁ ମାମଲାରେ କୌଣସି ଭିର୍ତି ନାହିଁ । ଆଉ ଯିଏ ହୋଇଥିଲେ ସେ ଭୟରେ ବିଜେପିର ଚାମଚାଗିରି କରିଥାନ୍ତା । କିନ୍ତୁ ମୁଁ ସେଭଳି ଲୋକ ନୁହେଁ । ରାଉଲକେଲା ମାଟି ପାଇଁ ଲଢ଼େଇ କରୁଛି । ରାଉରକେଲାର ବ୍ରାହ୍ମଣୀ ସେତୁ ଓ ମେଡିକାଲ କଲେଜ ପାଇଁ ମୋର ପ୍ରୟାସ ଜାରି ରଖିବି । ନିଜ କର୍ମୀ ମାନଙ୍କୁ ଏହା କହି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବରିଷ୍ଠ ନେତା ଦିଲ୍ଲୀପ ରାୟ । ବିଜେପି ଛାଡିବା ପରେ ଦିଲ୍ଲୀପ ରାୟଙ୍କ ରାଜନିତିକ ଆଭିମୁଖ୍ୟ କଣ ରହିବ ସେ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । କେତେକ ମହଲହରେ ସେ ବିଜେଡିକୁ ଫେରିବେ ବୋଲି କୁହାଯାଉଥିବା ବେଳେ ଅନ୍ୟ କେତେକ ବିଜୟ ମହାପାତ୍ରଙ୍କ ଭଳି ସେ ମଧ୍ୟ ବିଜେପିକୁ ଫେରିବା ଆସି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେବେ ନବୀନ ନିବାସରେ ପ୍ରାୟ ୧୭ ବର୍ଷ ପରେ ଦିଲ୍ଲୀପ ରାୟଙ୍କ ଉପସ୍ଥିତି ରାଜନୀତି ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଥିଲା । ଇତି ମଧ୍ୟରେ ଦିଲ୍ଲୀପ ରାୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ନଥିଲେ ମଧ୍ୟ ସେ ବିଜେପିକୁ ସମର୍ଥନ କରିବା ମୁଡରେ ନଥିବା ଇସାରା କରିଛନ୍ତି । ରାଉରକେଲାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଜିଲ୍ଲାର ବ୍ରାହ୍ମଣୀ ସେତୁ ଓ ମେଡିକାଲ କଲେଜ ହୋଇନଥିବାରୁ ବିଜେପି ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ତାଙ୍କର ସମଥର୍କ ମାନେ ଚାହିଁଲେ ରାଉରକେଲାର ରାଜନିତିକ ଦୃଶ୍ୟ ପଟ୍ଟ ବଦଳିଯିବ । ଯେଉଁ ଦଳ ରାଉରକେଲା ବାସୀଙ୍କ ଏହି ଦୁଇ ଦାବିକୁ ପୂରଣ କରିବ ତାଙ୍କୁ ସମର୍ଥନ ଦିଆଯିବ । ତେବେ ସ୍ପଷ୍ଟ ଭାବେ ସେ କିଛି କହିନଥିଲେ ହେଁ ବିଜେପିକୁ ସମର୍ଥନ ନକରିବା ନେଇ ତାଙ୍କର ସମର୍ଥକ ମାନେ ମତ ପୋଷଣ କରିଛନ୍ତି । ଯଦି ଦିଲ୍ଲୀପ ଖୋଲାଖୋଲି ଭାବେ ବିଜେଡିକୁ ସମର୍ଥନ କରନ୍ତି ତେବେ ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ବିଜୟ ପଥ ପ୍ରଶସ୍ତ ହୋଇପାରିବ । ଅପରପକ୍ଷରେ ଜୁଏଲ ଓରାମଙ୍କ ପାଇଁ ଅଡୁଆ ବଢ଼ି ଯିବ ବୋଲି କୁହାଯାଇପାରେ ।