ଦେଶରେ ତୃତୀୟ ଲହର ପୂର୍ବରୁ ସରକାରଙ୍କ ଆଗୁଆ ପ୍ରସ୍ତୁତ, ଜାଣନ୍ତୁ ସରକାର କଣ କରୁଛନ୍ତି
ଦେଶରେ ତୃତୀୟ ଲହର ପୂର୍ବରୁ ସରକାରଙ୍କ ଆଗୁଆ ପ୍ରସ୍ତୁତ, ଜାଣନ୍ତୁ ସରକାର କଣ କରୁଛନ୍ତି

ନୂଆଦିଲ୍ଲୀ: ଦେଶରେ ତୃତୀୟ ଲହର ଆରମ୍ଭ ହେବା ପୂର୍ବରୁ ସରକାର ଏଦିଗରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସରକାର ୩୦ ଦିନର ଔଷଧ ଆଗୁଆ ମହଜୁଦ ରଖିବାପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସାଧାରଣ ଔଷଧ ବାଦ ଅତ୍ୟାବଶ୍ୟକ ଔଷଧଗୁଡ଼ିକ ମାସକ ପାଇଁ ଗଚ୍ଛିତ ରଖିବାକୁ ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । କରୋନା ଚିକିତ୍ସାରେ ବ୍ୟବହୃତ ରେମଡେସିଭିର ଏବଂ ଫାଭିପିରାଭିର ସମେତ ଅନ୍ୟ ଅତ୍ୟାବଶ୍ୟକ ଔଷଧ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କରିବାପାଇଁ ସରକାର ଚେଷ୍ଟା ଚଳାଇଛନ୍ତି । ଦ୍ୱିତୀୟ ଲହରରେ ଦେଶରେ ବିଭିନ୍ନ ହସ୍ପିଟାଲମାନଙ୍କରେ କରୋନା ଚିକିତ୍ସାରେ ବ୍ୟବହୃତ ଔଷଧ ଗୁଡ଼ିକର ଘୋର ଅଭାବ ଦେଖାଦେଇଥିଲା । ରେମଡେସିଭିର ବ୍ଲାକ ମାର୍କେଟରେ ଚଢ଼ା ଦରରେ ବିକ୍ରି ହେଲା । ତେବେ ତୃତୀୟ ଲହର ପୂର୍ବରୁ ସରକାର ଆଗୁଆ ପ୍ରସ୍ତୁତ ହେଉଛନ୍ତି । ୫୦ ଲକ୍ଷ ରେମଡେସିଭିର ଶିଶି କିଣିବାପାଇଁ ସରକାର ଯୋଜନା କରିଛନ୍ତି । ସରକାର ମଧ୍ୟ ଏନେଇ ଆଡଭାନ୍ସ ଦେଇସାରିଥିବା ଏକ ଔଷଧ କମ୍ପାନିର ଜଣେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି । ଗୋଟିଏ ମାସରେ ୧ କୋଟି ରେମଡେସିଭିର ଶିଶି ଉପôନ କରିବାର ଦକ୍ଷତା ଭାରତ ପାଖରେ ଅଛି ବୋଲି ସମ୍ପୃକ୍ତ ଅଧିକାରୀ ଜଣଙ୍କ କହିଛନ୍ତି । ଖାଲି ଔଷଧ ନୁହେଁ ଅକ୍ସିଜେନ ସଙ୍କଟକୁ ଦୂର କରିବାପାଇଁ ମଧ୍ୟ ସରକାର କାର୍ଯ୍ୟ କରୁଛନ୍ତି ।