ଦିଲ୍ଲୀରେ ମଦ୍ୟପାନ ବୟସ ୨୧କୁ କମିଲା

ଦିଲ୍ଲୀରେ ମଦ୍ୟପାନ ବୟସ ୨୧କୁ କମିଲା

ଦିଲ୍ଲୀରେ ମଦ୍ୟପାନ ବୟସ ୨୧କୁ କମିଲା
ନୂଆଦିଲ୍ଲୀ:ଦିଲ୍ଲୀରେ ମଦ୍ୟପାନ ବୟସ ସୀମା ୨୫ ରୁ ୨୧କୁ କମିଯାଇଛି । ଦିଲ୍ଲୀ ସରକାର ଏ ନେଇ ଘୋଷଣା କରିଛନ୍ତି । ଦିଲ୍ଲୀ କ୍ୟାବିନେଟ ଏକ ନୂଆ ଅବକାରୀ ନୀତିକୁ ସ୍ୱିକୃତୀ ଦେବା ପରେ ଦିଲ୍ଲୀରେ ମଦ୍ୟପାନ କରିବାର ନ୍ୟାୟିକ ବୟସ ସୀମା ୨୧ କୁ କମାଯାଇଛି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି । ତେବେ ଦିଲ୍ଲୀରେ ମଦ୍ୟପାନ ବୟସ ପରିବର୍ତ୍ତନ ହେବା ସହ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଦ୍ୱାରା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ଦିଲ୍ଲୀ ସରକାର ସହରରେ ଆଉ କୌଣସି ମଦ ଦୋକାନ ପରିଚାଳନା କରିବେନି ଏବଂ ଜାତୀୟ ରାଜଧାନୀରେ କୌଣସି ନୂଆ ମଦ ଦୋକାନ ଖୋଲିବନି ବୋଲି ସିସୋଦିଆ ଘୋଷଣା କରିଛନ୍ତି ।