ରାଜ୍ୟ ବାହାରକୁ ଗଲା କମିସନରେଟ୍ ପୁଲିସ

ରାଜ୍ୟ ବାହାରକୁ ଗଲା କମିସନରେଟ୍ ପୁଲିସ

ରାଜ୍ୟ ବାହାରକୁ ଗଲା କମିସନରେଟ୍ ପୁଲିସ
ଭୁବନେଶ୍ୱର: ନୂଆପଲ୍ଲୀରେ ଘରେ ପଶି ଆକ୍ରମଣ ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ଦୁଇଟି ସ୍ୱତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯାଇଛି । ମାମଲା ରୁଜୁ ହୋଇଥିବା ଖବର ପାଇବା ପରେ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଚାଲି ଯାଇଥିବା ଖବର ପାଇବା ପରେ ଦୁଇଟି ଟିମ ସେହି ସବୁ ସନ୍ଦିଗ୍ଧ ଜାଗାକୁ ଯାଇଛି । ଖୁବଶୀଘ୍ର ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଲୁଲୁ ମହାପାତ୍ରଙ୍କ କନ୍ୟା ଉପାସନା ଓ ତାଙ୍କ ସ୍ୱାମୀ ଶୁଭ୍ରାଂଶୁ ବିଶ୍ୱାଳଙ୍କୁ ଗିରଫ କରାଯିବା ସମ୍ଭାବନା ରହିଛି । ଏମାନେ ଲୁଚିଥିବା ଜାଗାକୁ ନେଇ ଗୁଇନ୍ଦା ସୂଚନା ସ୍ପଷ୍ଟ ହେବା ପରେ ଏହି ଚଢ଼ଉ ଜାରି ରହିଛି । ତେବେ ଶୁଭ୍ରାଂଶୁ ଇତି ମଧ୍ୟରେ ଆଗୁଆ ଜାମିନ ଲାଗି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ଏହି ଦୁଇ ଜଣଙ୍କୁ ଛାଡ଼ି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆଉ ଗୋଟିଏ ଟିମ ରାଜଧାନୀ ସମେତ ଏକାଧିକ ସ୍ଥାନରେ ଚଢ଼ଉ ଜାରି ରଖିଛି । ଏତଲାରେ ଥିବା ଅଭିଯୁକ୍ତଙ୍କ ସହ ଏତଲା ବାହାରେ ମଧ୍ୟ କିଛି ଅଭିଯୁକ୍ତ ରହିଥିବା ପୁଲିସ ସ୍ପଷ୍ଟ କରିଛି । ଏ ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ନୂଆପଲ୍ଲୀରେ ଘରେ ପଶି ଆକ୍ରମଣ ଘଟଣାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଆମେ ତିନିଟି ଟିମ୍ ଗଠନ କରିଛୁ ।