ଦିଲ୍ଲୀ ଫେରିଲେ ଉପରାଷ୍ଟ୍ରପତି

ଦିଲ୍ଲୀ ଫେରିଲେ ଉପରାଷ୍ଟ୍ରପତି

ଦିଲ୍ଲୀ ଫେରିଲେ ଉପରାଷ୍ଟ୍ରପତି
ଭୁବନେଶ୍ୱର: ଦୁଇଦିନିଆ ଓଡିଶା ଗସ୍ତ ଶେଷ କରି ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଶନିବାର ଅପରାହ୍ନରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି । ସ୍ୱତନ୍ତ୍ର ବିମାନରେ ଶ୍ରୀ ନାଇଡୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାତ୍ରା କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରାଷ୍ଟ୍ରପତିଙ୍କୁ ବିଦାୟ ଦେବାକୁ ବିମାନବନ୍ଦରରେ ଉପସ୍ଥିତ ଥିଲେ । ଉପରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତନ ସମୟରେ ନିଜ ସାଥିରେ ଓଡିଶା ଗସ୍ତର ସ୍ମୃତି ଭାବେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ଫଟୋ ନେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଓଡିଶା ଗସ୍ତର ସ୍ମୃତି ସ୍ୱରୂପ ଉପରାଷ୍ଟ୍ରପତିଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ଫଟୋ ଦେଇଥିଲେ । ଶ୍ରୀ ନାଇଡୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି ।