ରାଜ୍ୟପାଳଙ୍କୁ ଫେରାଦ ହେବୁ: ବିଜେପି

ରାଜ୍ୟପାଳଙ୍କୁ ଫେରାଦ ହେବୁ: ବିଜେପି

 ରାଜ୍ୟପାଳଙ୍କୁ ଫେରାଦ ହେବୁ: ବିଜେପି
ଭୁବନେଶ୍ୱର: ବିଧାନସଭା ପରିସର ଧାରଣାରୁ ଉଠିବା ପରେ ବିଜେପି ପ୍ରେସମିଟ୍ ମାଧ୍ୟମରେ ତାର ପ୍ରତିକ୍ରିୟା ରଖିଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ପ୍ରେସମିଟ କରିଛି । ସମଗ୍ର ଘଟଣା ପାଇଁ ବାଚସ୍ପତିଙ୍କୁ ଦାୟୀ କରିଛନ୍ତି ପ୍ରଦୀପ୍ତ ନାୟକ । ବାଚସ୍ପତି ଅନ୍ୟ ଚାପରେ ପଡି ବିରୋଧୀଙ୍କ କଥା ଶୁଣୁନାହାଁନ୍ତି । ବାଚସ୍ପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ୍ତ ନାୟକ । ଆମକୁ ପକ୍ଷ ରଖିବାର ସୁଯୋଗ ନଦେଇ କାର୍ଯ୍ୟାନୁଷ୍ଠାନ କ’ଣ ପାଇଁ । ଗୃହରେ ବିରୋଧୀଙ୍କୁ କହିବାର ସୁଯୋଗ ଦେଉନାହାଁନ୍ତି ବାଚସ୍ପତି । ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିବୁ । ପାରିତ ବିଲକୁ ମଂଜୁରି ନଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିବୁ । ବିରୋଧୀଙ୍କୁ ବିଶୃଙ୍ଖଳ ହେବାକୁ ବାଧ୍ୟ କରୁଛନ୍ତି ବାଚସ୍ପତି ବୋଲି ଜୟ ନାରାୟଣ କହିଛନ୍ତି । ବାଚସ୍ପତିଙ୍କ ବିରୋଧରେ ମହା ଅଭିଯୋଗ ପ୍ରସ୍ତାବ କଥା ଚିନ୍ତା କରିଛୁ । ଆମ ପାଖେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ତୁରନ୍ତ ଆଣିପାରୁନୁ । ମହା ଅଭିଯୋଗ ନେଇ କଂଗ୍ରେସ ଆମକୁ ସମର୍ଥନ କଲେ ଭଲ ହୁଅନ୍ତା ବୋଲି ଜୟନାରାୟଣ କହିଛନ୍ତି ।