କରୋନା ଦ୍ୱିତୀୟ ଲହର : ରାଜ୍ୟରେ ୪୭୧ ନୂଆ କରୋନା ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଲହର : ରାଜ୍ୟରେ ୪୭୧ ନୂଆ କରୋନା ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଲହର : ରାଜ୍ୟରେ ୪୭୧ ନୂଆ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱରେ :କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ କରୋନା ମାଡି ମାଡି ଚାଲିଛି । ଦିନକରେ ୪୭୧ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୪୫୨ ମଧ୍ୟରୁ କ୍ୱାରେଂଟିନରୁ ୨୭୮, ଲୋକାଲ କେସରୁ ୧୯୩ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୮୫ ଜଣ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ସେହିପର , ନୂଆପଡା-୪୨, କଳାହାଣ୍ଡି-୫୦, ଖୋର୍ଦ୍ଧା-୪୦, ବଲାଙ୍ଗୀର-୩୬ , ସମ୍ବଲପୁର-୨୭, ଝାରସୁଗୁଡା-୨୩, କଟକ-୨୨, ନବରଙ୍ଗପୁର-୧୭, ମୟୂରଭଞ୍ଜ-୧୬, ବାଲେଶ୍ୱର-୧୫, ପୁରୀ-୧୪, ଗଞ୍ଜାମ-୧୨, ଯାଜପୁର-୧୧, ଅନୁଗୁଳ-୧୦, ଷ୍ଟେଟପୁଲ-୯, ରାୟଗଡା-୮ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୬୯୫ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୩୦୮୫ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୩୭ ହଜାର ୭୩୫ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।