ଦାନ୍ତ କାଠିରେ ଦାନ୍ତ ଘଷିଲେ ମିଳିବ ଏହି ସବୁ ଫାଇଦା
ଦାନ୍ତ କାଠିରେ ଦାନ୍ତ ଘଷିଲେ ମିଳିବ ଏହି ସବୁ ଫାଇଦା
ଭୁବନେଶ୍ୱର : ଖାଦ୍ୟକୁ ଚୋବାଇବା ସହ ହଜମ କରିବାରେ ଅଧିକ ଉପାଦାୟୀ ହୋଇଥାଏ ଦାନ୍ତ । ଦାନ୍ତର ଯତ୍ନ ନନେଲେ ବିଭିନ୍ନ ପ୍ରକାରର ଦାନ୍ତ ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ କେବଳ ଦାନ୍ତକୁ ସଫା ସୁତୁରା ରଖିଲେ ଯେ ସବୁଦିନ ପାଇଁ ଦାନ୍ତ କିମ୍ବା ମାଢି ସୁରକ୍ଷିତ ରହିବ ତାହା ନୁହେଁ । ଏହା ଅନ୍ୟାନ୍ୟ ରୋଗ ମାନଙ୍କ ଦାଉରୁ ମଧ୍ୟ ରକ୍ଷା କରିପାରିବ । ଏମିତିକି ମଣିଷର ଶ୍ୱାସଜନିତ ସମସ୍ୟାରୁ ମଧ୍ୟ ସଫାସୁତୁରା ଦାନ୍ତ ହିଁ ସୁରକ୍ଷା ଦେଇଥାଏ ।
ହସ ହିଁ ଜଣଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ । କିନ୍ତୁ ବେଳେବେଳେ ଦାନ୍ତ ହଳଦିଆ ପଡିଯାଇଥିବାରୁ ଲୋକମାନେ ଖୋଲାଖୋଲି ହସିପାରନ୍ତିନାହିଁ । ଫଳରେ ଯେତେ ଦାମୀ ଟୁଥପେଷ୍ଟ ବ୍ୟବହାର କଲେ ବି ଯଦି ଦାନ୍ତର ହଳଦିଆପଣରୁ ମୁକ୍ତି ମିଳୁନାହିଁ, ତେବେ ଆପଣାନ୍ତୁ ଏହି ସହଜ ଘରୋଇ ଉପାୟ..
ରାତିରେ ସଞ୍ଚିତ ଲାଳ, ମୁଖଗନ୍ଧ ଦୂର କରିବାକୁ ଦାନ୍ତ ଘସାଯାଏ । ଦାନ୍ତ ଘସିବା ପାଇଁ ବ୍ୟବହୃତ ବିଭିନ୍ନ ଗଛର କଞ୍ଚାକାଠିକୁ ଦାନ୍ତକାଠି କୁହାଯାଏ । ଦାନ୍ତକାଠିରେ ଅନେକ ଜୀବାଣୁମାରକ ଗୁଣ ଥାଏ । ନାନାଦି ଗଛର ଡାଳରୁ ଦାନ୍ତକାଠି ତିଆରି କରାଯାଇପାରିବ ।
ପ୍ଲାଷିକ୍ ବ୍ରସକୁ ପ୍ରତିଦିନ ପାଟିରେ ପୁରାଇ ଦାନ୍ତ ଘସିବା ଅପେକ୍ଷା ମହୁଲ, କରଞ୍ଜ, ନିମ୍ବ, ଖଇର, ବଟ, ଅର୍ଜୁନ, ଶାଳ ଦାନ୍ତକାଠି ବ୍ୟବହାର କରିବା ଉଚିତ । କିନ୍ତୁ କିଆ, ବାଉଁଶ ଏବଂ ନଡିଆ ଦାନ୍ତକାଠିରେ ଦାନ୍ତ ଘସିବା ଅନୁଚିତ । କାରଣ, ଏଥିରେ ଦାନ୍ତ ଘସିଲେ ଅନିଷ୍ଟ ହୋଇଥାଏ । ଦାନ୍ତ ଘସିଲା ପରେ ରାଶି(ଖସା) ବା ସୋରିଷ ତେଲରେ ସୈନ୍ଧବ୍ୟ ଲବଣ ମିଶାଇ ଘସିଲେ ଦାନ୍ତ ଶକ୍ତ ରୁହେ । ତା’ହେଲେ ଆସନ୍ତୁ ଜାଣିବା କେଉଁ କେଉଁ ଦାନ୍ତକାଠିରେ ଦାନ୍ତ ଘସିଲେ, ଆମକୁ କି ପ୍ରକାର ଲାଭ ମିଳିଥାଏ ।
- ବଟ କାଠିରେ ଦାନ୍ତ ଘସିଲେ କାନ୍ତି(ଶୋଭା) ବୃଦ୍ଧି ହୋଇଥାଏ ।
- ଖଇର କାଠିରେ ଦାନ୍ତ ଘସିଲେ ମୁଖ ସୁଗନ୍ଧ ହୁଏ ।
- ଡିମ୍ବିରି କାଠିରେ ଘସିଲେ ବାକଶୁଦ୍ଧି ହୁଏ ।
- ଆମ୍ବକାଠି ବା ପତ୍ରରେ ଘସିଲେ ଆରୋଗ୍ୟ ମିଳେ ।
- କଦମ୍ବ ଏବଂ ଅପାମାରଙ୍ଗ(ଅପାମାର୍ଗ) କାଠିରେ ଦାନ୍ତ ଘସିଲେ ମେଧା ପ୍ରାପ୍ତି ହୁଏ ।
- ଡାଳିମ୍ବ ଏବଂ ବଣମଲ୍ଲି କାଠିରେ ଘସିଲେ ସୁନ୍ଦର ଚେହେରା ହୁଏ ।
- ଜାଇ ଏବଂ ମନ୍ଦାର କାଠିରେ ଦାନ୍ତ ଘସିଲେ ଦୁଃସ୍ୱପ୍ନ ଦୋଷ ଦୂର ହୋଇଥାଏ ।




admin 