ଜନସଂଖ୍ୟା ବୃଦ୍ଧି କାରଣରୁ ଏପରି ପଦକ୍ଷେପ ନେଲା ୧୬ ବର୍ଷୀୟ ବାଳିକା

ଜନସଂଖ୍ୟା ବୃଦ୍ଧି କାରଣରୁ ଏପରି ପଦକ୍ଷେପ ନେଲା ୧୬ ବର୍ଷୀୟ ବାଳିକା

ଜନସଂଖ୍ୟା ବୃଦ୍ଧି କାରଣରୁ ଏପରି ପଦକ୍ଷେପ ନେଲା ୧୬ ବର୍ଷୀୟ ବାଳିକା
ଇରେଲୀ : ଜନସଂଖ୍ୟା ବୃଦ୍ଧିକୁ ନେଇ ଆତ୍ମହତ୍ୟାର ପନ୍ଥା ବାଛି ନେଇଛି ୧୬ ବର୍ଷୀୟା ବାଳିକା । ଜନସଂଖ୍ୟା ବୃଦ୍ଧି, ପ୍ରଦୂଷଣ ଓ ଦୁର୍ନୀତି କାରଣରୁ ଆତ୍ମହତ୍ୟାର ପନ୍ଥା ବାଛି ନେଇଛନ୍ତି ବରେଲୀର ଏହି ୧୬ ବର୍ଷୀୟ ଛାତ୍ରୀ । ନିଜର ମୃତ୍ୟୁ ପୂର୍ବରୁ ୧୮ ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ଲେଖି ଯୁବତୀ ଜଣକ ଆତ୍ମହତ୍ୟା କରିଥିଲେ । ସମ୍ଭଲର ବାରବାଳାର ଏକ ଘରୋଇ ସ୍କୁଲରେ ପଢୁଥିବା ଯୁବତୀ ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏହି ସମସ୍ତ ବିଷୟ ଉପରେ ଆଲୋଚନା କରିବାକୁ ଚାହୁଁଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରାଯାଇଛି । ଜନସଂଖ୍ୟା ବୃଦ୍ଧି ସହିତ ଦୀପାବଳିରେ ବାଣଫୁଟା ଏବଂ ହୋଲିରେ ରଙ୍ଗର ବ୍ୟବହାର ବନ୍ଦ କରିବା ପାଇଁ ମୋଦିଙ୍କୁ ଅନୁରୋଧ କରିବାକୁ ଚାହୁଁଥିଲେ ବୋଲି ଯୁବତୀ ଜଣକ ଉଲ୍ଲେଖ କରିଛନ୍ତି । ଯେଉଁ ସମାଜରେ ବୃଦ୍ଧ ପିତା ମାତାଙ୍କୁ ବୃଦ୍ଧାଶ୍ରମରେ ରହିବାକୁ ପଡୁଛି ସେପରି ସମାଜରେ ମୁଁ ରହିବାକୁ ଚାହୁଁନି ବୋଲି ଲେଖି ଯୁବତୀ ଜଣକ ଆତ୍ମହତ୍ୟା କରିଥିଲେ । ଯୁବତୀ ଜଣକ ସ୍ୱାଧୀନତା ଦିବସରେ ଆତ୍ମହତ୍ୟାର ପଥ ବାଛି ନେଇଥିଲେ ।