ଦ୍ରୁତତର ହାରରେ ବଢ଼ୁଛି ଓଡ଼ିଶା ଅର୍ଥନୀତି

ଭୁବନେଶ୍ୱର: ତିନି ବର୍ଷରେ ପାଖାପାଖି ଦେଢ଼ଗୁଣ ବଢ଼ିଲା ମୁଣ୍ଡପିଛା ଆୟ । କୋଭିଡ୍ ପୂର୍ବରୁ ୨୦୧୯-୨୦ ଆର୍ଥିକ ବର୍ଷରେ ବଜାର ଦରରେ (କରେଣ୍ଟ ପ୍ରାଇସ୍) ଓଡ଼ିଶାର ମୁଣ୍ଡପିଛା ଆୟ ଥିଲା ୧ ଲକ୍ଷ ୪,୭୪୧ ଟଙ୍କା । ଅର୍ଥାତ୍ ଜଣଙ୍କର ବାର୍ଷିକ ହାରାହାରି ଆୟ ଏତିକି । ୨୦୨୨-୨୩ରେ ଦେଢ଼ ଲକ୍ଷ ଟଙ୍କା ଡେଇଁଗଲା ମୁଣ୍ଡପିଛା ଆୟ ।ରାଜ୍ୟର ମୋଟ ଘରୋଇ ଉତ୍ପାଦ ଏ ବର୍ଷ ୭.୮ % ହାରରେ ବଢ଼ିବ । ଆଗାମୀ ବର୍ଷ (୨୦୨୩-୨୪) ଅର୍ଥନୀତି ଆହୁରି ଦ୍ରୁତ ଗତିରେ ବଢ଼ିବ ୮ରୁ ୮.୫ ୫ହାରରେ ।ଅର୍ଥନୀତିର ଏଭଳି ତଗଡ଼ା ଚିତ୍ର ଆଙ୍କିବା ସହ ଆଗକୁ ଭବିଷ୍ୟତ ଗୋଲାପୀ ବୋଲି ଦର୍ଶାଇଛି ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ, ଯାହା ଗୁରୁବାର ବିଧାନସଭାରେ ଉପସ୍ଥାପିତ ହୋଇଛି ।
ଏଥିରେ ଦର୍ଶାଯାଇଛି, ଜାତୀୟ ହାର ଠାରୁ ଦ୍ରୁତତର ହାରରେ ବଢ଼ୁଛି ଓଡ଼ିଶା ଅର୍ଥନୀତି । ଯେଉଁଥିପାଇଁ ମୁଣ୍ଡପିଛା ଆୟରେ ଥିବା ପାର୍ଥକ୍ୟ ଦର୍ଶନୀୟ ହାରରେ ହ୍ରାସ ପାଇଛି । ୨୦୧୫-୧୬ରେ ଜାତୀୟ ମୁଣ୍ଡପିଛା ଆୟ ରାଜ୍ୟ ମୁଣ୍ଡପିଛା ଆୟଠାରୁ ପାଖାପାଖି ୩୨ ଧ ଅଧିକ ଥିଲା । ଏବେ ଏହା ୧୨%କୁ ଖସି ଆସିଛି।ଜାତୀୟ ସ୍ତରରେ ଜଣଙ୍କ ବାର୍ଷିର୍କ ଆୟ ଏବେ ୧ ଲକ୍ଷ ୭୦ ହଜାର ୬୨୦ ଟଙ୍କା । ୨୦୨୨-୨୩ରେ ଓଡ଼ିଶା ଲୋକଙ୍କ ହାରାହାରି ଆୟ ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କା । ଏଭଳି ହାରରେ ବଢ଼ିଲେ ଖୁବଶୀଘ୍ର ଜାତୀୟ ମୁଣ୍ଡପିଛା ଆୟକୁ ଟପିଯିବ ଓଡ଼ିଶା ।ଆଗୁଆ ଆକଳନ କହୁଛି ବଜାର ଦରରେ ଓଡ଼ିଶାର ମୋଟ ଘରୋଇ ଉତ୍ପାଦ ୭ ଲକ୍ଷ ୬୫ ହଜାର ୯୬୩ ଟଙ୍କା ଛୁଇଁବ । ଗତବର୍ଷ ଠାରୁ ଏହା ୧୭% ଅଧିକ । ସ୍ଥିର ଦର (୨୦୧୧-୧୨ ଦର)ରେ ଏହା ୪ ଲକ୍ଷ ୬୫ ହାର ୬୮୧ କୋଟି ଟଙ୍କା । ଗତବର୍ଷ ତୁଳନାରେ ଅଭିବୃଦ୍ଧି ୭.୮୨% । ଗତବର୍ଷ ୨୦୨୧-୨୨ର ଚମକପ୍ରଦ ଅଭିବୃଦ୍ଧି (୧୧.୫%) ଉପରେ ଏହି ଅଭିବୃଦ୍ଧି ଉଲ୍ଲେଖଯୋଗ୍ୟ ।
ଏହା ଜାତୀୟ ହାର ଠାରୁ ଅଧିକ । ଚଳିତ ବର୍ଷ ଜାତୀୟ ଜିଡିପି ୭% ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି । ଏହା ଠାରୁ ଓଡ଼ିଶାର ଅଭିବୃଦ୍ଧି ପାଖାପାଖି ୧% ଅଧିକ । ବିଶ୍ୱ ଅର୍ଥନୀତି ଦୁଃସ୍ଥିତି ବେଳେ ରାଜ୍ୟର ଏଭଳି ଅଭିବୃଦ୍ଧି ଆଗାମୀ ଦିନ ପାଇଁ ଆଶା ସଂଚାର କରୁଛି । ବିଶ୍ୱ ସ୍ତରରେ ସ୍ଥିତି ସୁଧୁରିଲେ ଓଡ଼ିଶା ଆହୁରି ଦ୍ରୁତ ଗତିରେ ଆଗେଇବ ବୋଲି ରିପୋର୍ଟରେ କୁହାଯାଇଛି ।
କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ୫.୯ ଧ ଅଭିବୃଦ୍ଧି ହେବ ବୋଲି ଆକଳନ କରାଯାଇଛି । ଏଥିରୁ କେବଳ କୃଷି କ୍ଷେତ୍ର ଅଭିବୃଦ୍ଧି ୫.୪ ପ୍ରତଧ । ଶିଳ୍ପ ୬% ଏବଂ ସେବା କ୍ଷେତ୍ର ୮.୮% ହାରରେ ବଢ଼ିବ । ଶିଳ୍ପ ଓ ସେବା ଅଭିବୃଦ୍ଧି ଗତବର୍ଷ ତୁଳନାରୋ କମ୍ ।
ମୋଟ ଘରୋଇ ଉତ୍ପାଦରେ କୃଷି କ୍ଷେତ୍ରର ଅବଦାନ ୨୨.୫%କୁ ବଢ଼ିଛି । ଶିଳ୍ପ କ୍ଷେତ୍ରର ଅବଦାନ ୪୧.୩% ଥିବା ବେଳେ ସେବା କ୍ଷେତ୍ର ଅବଦାନ ୩୬.୨ ଧକୁ ହ୍ରାସ ପାଇଛି ।ରାଜ୍ୟର ବିତ୍ତୀୟ ସ୍ଥିତି ଢେର ଭଲ ସ୍ଥିତିରେ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଯୋଗୁ ସାମାଜିକ ଏବଂ ଭିତ୍ତିଭୂମି କ୍ଷେତ୍ରକୁ ଅଧିକରୁ ଅଧିକ ପାଣ୍ଠି ଯୋଗାଇ ଦିଆଯାଉଛି, ଯାହା ଅଭିବୃଦ୍ଧି ଇଂଜିନ୍କୁ ବଳ ଯୋଗାଇଛି । ମୋଟ ରାଜସ୍ୱ ଅଟକଳର ୬୬% କେବଳ ବିକାଶମୂଳକ କାର୍ୟ୍ୟ ପାଇଁ ଖର୍ଚ୍ଚ କରାଯାଉଛି । ପାଖାପାଖି ୪୧ ଧ ସାମାଜିକ କ୍ଷେତ୍ର, ଶିକ୍ଷା ପାଇଁ ୧୬% ଏବଂ ସ୍ୱାସ୍ଥ୍ୟ ପାଇଁ ରାଜସ୍ୱ ବଜେଟ୍ର ୬.୫ ଧ ଅର୍ଥ ଖର୍ଚ୍ଚ କରାଯାଉଛି ।
ବିକାଶର ଇଂଜିନ୍ କୁହାଯାଉଥିବା ପୁଞ୍ଜି ବ୍ୟୟ (କ୍ୟାପିଟାଲ୍ ଏକ୍ସପେଣ୍ଡିଚର୍) ଗତ ୧୦ ବର୍ଷ ଭିତରେ ୮.୬ ଗୁଣ ବଢ଼ିଛି । ୨୦୨୨-୨୩ରେ ଏଥିପାଇଁ ୩୬ ହଜାର କୋଟିରୁ ଅଧିକ ଖର୍ଚ୍ଚ କରାଯାଇଛି । ମୁଣ୍ଡପିଛା ପ୍ରାୟ ୨୦ ହଜାର ୭୩୧ ଟଙ୍କା ଖର୍ଚ୍ଚ କରାଯାଉଛି କେବଳ ବିକାଶମୂଳକ କାର୍ୟ୍ୟରେ ବୋଲି ହିସାବ ଦିଆଯାଇଛି । ଏହା ସତ୍ତେ୍ୱ ଜିଏସ୍ଡିପି ତୁଳନାରେ ଓଡ଼ିଶାର ମୋଟ ଋଣ ଅନ୍ୟ ରାଜ୍ୟଠାରୁ ଢେର୍ କମ୍ । ଓଡ଼ିଶାର ଋଣ ବୋଝ ଜିଡିପିର ମାତ୍ର ୧୪.୬୭% ।