ଦୁର୍ଘଟଣା ପରେ ଜୀବନ୍ତ ଜଳିଗଲେ ୩ ଜଣ
ଝାରସୁଗୁଡ଼ା : ଝାରସୁଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୩ ଜଣ ଜୀବନ୍ତ ଦଗ୍ଧ। ଜଳିଗଲା ଦୁଇଟି ଟ୍ରେଲର ଓ ଗୋଟିଏ ଟ୍ରକ। ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।
ବୁଧବାର ରାତିରେ ଝାରସୁଗୁଡ଼ା ସଦର ଥାନା ସମ୍ମୁଖରେ ଦୁଇଟି ଟ୍ରେଲର ମୁହାଁମହିଁ ଧକ୍କା ହେବା ପରେ ଦୁଇଟି ଟ୍ରେଲର ଜଳି ଯାଇଥିଲା। ଦୁଇଟି ଟ୍ରେଟ୍ରଲର ଜଳୁଥିବା ବେଳେ ପଛପଟୁ ଆସି ଆଉ ଏକ ୧୬ ଚକିଆ ଟ୍ରକ ଧକ୍କା ଦେଉଥିଲା । ସେହି ଟ୍ରକ ମଧ୍ୟ ଜଳି ଯାଇଥିଲା।
ତେବେ ୩ଟି ଗାଡ଼ିର ଡ୍ରାଇଭର ଗାଡ଼ି ଭିତରେ ହିଁ ଫଶି ରହିଥିବା ବେଳେ ଜୀବନ୍ତ ଜଳି ଯାଇଥିଲେ। ନିଆଁକୁ ଆୟତ୍ତ କରିବାକୁ ଦମକଳ ଗାଡି ନିୟୋଜିତ କରାଯାଇ ଥିଲା। ଏହି ଦୁର୍ଘଟଣା ପରେ ୪୯ ନମ୍ବର ଜାତୀୟ ରାଜପଥରେ ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି।




admin 