ଦେବକୁଣ୍ଡରେ ୫ଟି ସଚିବ ଭି. କେ ପାଣ୍ଡିଆନ

ଦେବକୁଣ୍ଡରେ ୫ଟି ସଚିବ ଭି. କେ ପାଣ୍ଡିଆନ

ଉଦଳା : ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କ ଦେବକୁଣ୍ଡ ଗସ୍ତ। ଉଦଳା ବ୍ଲକ କୁଣ୍ଡାବାଇ ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡ ଗସ୍ତରେ ୫ -ଟି ସଚିବ ଆସିଛନ୍ତି। ଆଜି ଦିନ ସାଢେ ଦଶଟାରେ ସେ ଉପର ତାଳଡିହା ସ୍ଥିତ ହେଲିପ୍ୟାଡ଼ରେ ଓହ୍ଲାଇ ଦେବକୁଣ୍ଡ ଯାଇଥିଲେ। ସେଠାରେ ଆଗାମୀ ଦିନରେ ଦେବକୁଣ୍ଡର ବିକାଶ ନେଇ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।ଆଗାମୀ ଦିନରେ କିଭଳି ଦେବକୁଣ୍ଡର ବିକାଶ ହେବା ସହିତ ପର୍ୟ୍ୟଟନର ବିକାଶ ହେବ ଏବଂ ଅଧିକ ସଂଖ୍ୟକ ପର୍ୟ୍ୟଟକ ଆସି ଦେବକୁଣ୍ଡ ବୁଲିବେ ସେ ନେଇ ଉପସ୍ଥିତ ଅଧିକାରୀଙ୍କ ସହିତ ୫-ଟି ସଚିବ ଆଲୋଚନା କରିଥିଲେ। ବିଶେଷ କରି ରାସ୍ତାର ବିକାଶ ସହିତ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ମାଙ୍କ ପୀଠର ବିକାଶ ପାଇଁ ସ୍ଥିତି ସମୀକ୍ଷା କରିଥିଲେ। ୫ -ଟି ସଚିବଙ୍କ ସହିତ ମୟୁରଭଞ୍ଜ ଜିଲ୍ଲାପାଳ, ଆଇଜିଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।ସ୍ଥିତି ସମୀକ୍ଷା କରିବା ପରେ ୫ -ଟି ସଚିବ ଭୀମକୁଣ୍ଡ ଅଭିମୁଖେ ଯାଇଛନ୍ତି।