ଥରେଇଲାଣି ଥଣ୍ଡା, ଆହୁରି ବଢ଼ିବ
ଥରେଇଲାଣି ଥଣ୍ଡା, ଆହୁରି ବଢ଼ିବ
ଭୁବନେଶ୍ୱର: ଧୀରେଧୀରେ ପାରଦ ଖସୁଥିବାବେଳେ ରାଜ୍ୟରେ ପ୍ରବଳ ଶୀତ ହଉଛି । ଉଭୟ ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। କନ୍ଧମାଳର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ରେର୍କଡ କରାଯାଇଥିବା ବେଳେ ରାଜ୍ୟର ୮ଟି ସହରର ତାପମାତ୍ରା ୧୫ଡିଗ୍ରୀରୁ କମ୍ ରହିଥିବା ଜଣାପଡିଛି।
ଆଗାମୀ ୩ରୁ ୪ଦିନ ମଧ୍ୟରେ ତାପମାତ୍ରା ଆହୁରି ହ୍ରାସ ହେବାକୁ ଥିବା ବେଳେ ଶୀତର ପ୍ରକୋପ ଆହରି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡିଶାରେ କୁହୁଡିର ଦେଖିବାକୁ ମିଳିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।




admin 