ତେଜସ୍ବୀ-ମିସାଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ, ଜାଣନ୍ତୁ କ’ଣ ପାଇଁ
ତେଜସ୍ବୀ-ମିସାଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ, ଜାଣନ୍ତୁ କ’ଣ ପାଇଁ

ପାଟନା: ୨୦୧୯ ନିର୍ବାଚନରେ ଦଳ ପକ୍ଷରୁ ଲୋକସଭା ଟିକେଟ ଦେବା ପାଇଁ ଜଣେ ଆଶାୟୀଙ୍କ ଠାରୁ ୫ କୋଟି ଟଙ୍କା ନେଇଥିବା ଅଭିଯୋଗରେ ଆରଜେଡି ନେତା ତେଜସ୍ୱୀ ଯାଦବ ଓ ମିସା ଭାରତୀଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ କରିବା ଲାଗି ପାଟନାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଂଗ୍ରେସ ନେତା ସଞ୍ଜୀବ କୁମାର ସିଂହଙ୍କ ଅଭିଯୋଗ ଭିତ୍ତିରେ କୋର୍ଟ ଏହି ଆଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଭାଗଲପୁର ଲୋକସଭା ଆସନ ପାଇଁ ଟିକେଟ ଦେବା ଲାଗି ତାଙ୍କୁ ୫ କୋଟି ଟଙ୍କା ମଗାଯାଇଥିଲା ବୋଲି ସିଂହ ଅଭିଯୋଗ କରିଛନ୍ତି । ଏଥିରେ ସେ ବିହାର କଂଗ୍ରେସ ରାଜ୍ୟ ସଭାପତି ମଦନ ମୋହନ ଝା, କଂଗ୍ରେସ ମୁଖପାତ୍ର ରାଜେଶ ରାଠୋଡ ଏବଂ ଦିବଂଗତ କଂଗ୍ରେସ ନେତା ସଦାନନ୍ଦ ମୁକେଶଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି ।