ତାହିର ହୁସେନଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ

ତାହିର ହୁସେନଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ

ତାହିର ହୁସେନଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ
ନୂଆଦିଲ୍ଲୀ: ନିଲମ୍ବିତ ଆପ ବିଧାୟକ ତାହିର ହୁସେନଙ୍କୁ ଇଡି (ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ) ଗିରଫ କରିଛି । ପିଏମଏଲଏ, ୨୦୦୨ ର ବ୍ୟବସ୍ଥା ଅଧୀନରେ ତାହିରଙ୍କୁ ଇଡି ଗିରଫ କରିଛି ଏବଂ ତାଙ୍କୁ ଦିଲ୍ଲୀର କଡ଼କଡ଼ଡୁମା କୋର୍ଟରୁ ୬ ଦିନ ପାଇଁ ରିମାଣ୍ଡରେ ନେଇଛି । ମନି ଲଣ୍ଡରିଂ ମାମଲା ଏବଂ ସିଏଏ ବିରୋଧୀ ଆନେ୍ଦାଳନକୁ ପାଣ୍ଠି ଯୋଗାଇଥିବା ମାମଲା ତାହିରଙ୍କ ଭୂମିକା ଥିବା ନେଇ ପିଏମଏଲଏ ତଦନ୍ତ ଆଧାରରେ ଇଡି ତାହିରଙ୍କୁ ଗିରଫ କରିଛି । ପୂର୍ବରୁ ଇଡି ତାହିର ହୁସେନ ଏବଂ ତାଙ୍କ ସହଯୋଗୀ ଓ ସମ୍ପର୍କୀୟମାନଙ୍କ ଦିଲ୍ଲୀ ନାଏଡା ଏବଂ ଗ୍ରେଟର ନଏଡା ସ୍ଥିତ ବାସଭବନରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ତଦନ୍ତକାରୀ ସଂସ୍ଥା ଇଡି ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିଲା । ଏହି ତଥ୍ୟକୁ ଆଧାର କରି ଇଡି ଗତ କିଛି ଦିନ ଧରି ତାହିରଙ୍କୁ ଜେରା କରୁଥିଲା । ପୂର୍ବରୁ ତାହିରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା ।