ଡିସେମ୍ବର ୩୧ ଯାଏଁ ବନ୍ଦ ରହିବ ସ୍କୁଲ
ଡିସେମ୍ବର ୩୧ ଯାଏଁ ବନ୍ଦ ରହିବ ସ୍କୁଲ
admin
Nov 6, 2020 - 14:00
Updated: Nov 6, 2020 - 14:00
ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୩୧ ଯାଏଁ ରାଜ୍ୟରେ କୌଣସି ସ୍କୁଲ ଖୋଲିବନି । ଆଜି ଏନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହରୀ ଆସୁଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲ ଗୁଡିକୁ ବନ୍ଦ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା ପରେ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ିତ ନିଆଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି । ଡିସେମ୍ବର ଦ୍ୱିତୀୟ ସପ୍ତାହରେ ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ନେଇ ପୂର୍ବାନୂମାନ କରାଯାଇଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱୀରୂପ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଆନ୍ଧ୍ରପ୍ରଦେଶ ସରକାର ସ୍କୁଲ ଖୋଲିବାକୁ ନିଦେ୍ର୍ଧଶ ଦେଇଥିିଲେ । ମାତ୍ର ଦୁଇ ଦିନରେ ୨୬୬ ଛାତ୍ରଛାତ୍ରୀ ଏବଂ ୧୩୨ ଜଣ ଶିକ୍ଷକ କରୋନାରେ ଆକ୍ରାନ୍ତ ହେବା କାରଣରୁ ସ୍କୁଲ ଗୁଡିକୁ ବନ୍ଦ କରି ଦିଆଯାଇଥିଲା ।