ଡାକ୍ତର ପୁଅକୁ ଦେଖିପାରିଲେନି ବାପା

ଡାକ୍ତର ପୁଅକୁ ଦେଖିପାରିଲେନି ବାପା

ଡାକ୍ତର ପୁଅକୁ ଦେଖିପାରିଲେନି ବାପା
ଗୁଣପୁର: ବାପାଙ୍କ ଶବ ପାଲଟିଲା ଡାକ୍ତରୀ ପଢ଼ୁଥିବା ପୁଅର ପ୍ରଥମ ରୋଗୀ । ପୁଅକୁ ଡାକ୍ତର କରାଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସେବା ଯୋଗାଇବା ସ୍ୱପ୍ନ ଅଧୁରା ରହିଗଲା । ହଠାତ ହୃଦଘାତରେ ବାପା ଚାଲିଗଲେ ଆରପାରିକୁ । ଆଉ କଟକରେ ଡାକ୍ତରୀ ପଢ଼ୁଥିବା ପୁଅ ଘରକୁ ପହଞ୍ଚି ପହଞ୍ଚି ଦୁଃଖରେ ମି୍ରୟମାଣ ହୋଇ କହିଥିଲା ବାପା ଉଠ ମୁଁ ଡାକ୍ତରୀ ପଢ଼ି ଆସିଛି । ତୁମକୁ ଚିକିତ୍ସା କରିବି । ଏମିତି କହି ନିଜ ଥେଟୋସ୍କୋପରେ ବାପାଙ୍କ ଛାତି ପରୀକ୍ଷା କରିବା ବେଳେ ସେଠାରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ । ଏମିତି ଏକ ଘଟଣା ଘଟିଛି ପଦ୍ମପୁର ବ୍ଲକ ଗୁଡ଼ିଆ ବନ୍ଧ ଗ୍ରାମରେ । ଗତ ୧୮ ତାରିଖରେ ହଠାତ ହୃଦଘାତରେ ସେହି ଗାଁର ଲାଡି ସମେଶ୍ୱର ରାଓଙ୍କ ଦେହାନ୍ତ ହୋଇଥିଲା । ସେ ଜଣେ ଅଗ୍ରଣୀ କୃଷକ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ । ଥରେ ଜିଲ୍ଲା ପରିଷଦ ସଭ୍ୟ ଓ ପାଣି ପଞ୍ଚାୟତ ସଭାପତି ରହିଥିଲେ । ତାଙ୍କର ଭଲ ଜନସମ୍ପର୍କ ରହିଥିଲା । ପୁଅକୁ ଡାକ୍ତର ପଢ଼ାଇବାର ସ୍ୱପ୍ନ ଦେଖିଥିଲେ ସେ । କଟକରେ ଡାକ୍ତର ମଧ୍ୟ ପଢ଼ାଉଥିଲେ ପୁଅ ରାଜେଶକୁ । ହେଲେ ପୁଅର ଡାକ୍ତରୀ ପାଠ ସରିବା ପୂର୍ବରୁ ବାପାଙ୍କ ଦେହାନ୍ତ ଖବର ଶୁଣିବା ପୁଅ ପାଇଁ ସେତେ ସହଜନ ନଥିଲା । ଏହି ଖବର ପାଇଁ ସେ ଗୁଡ଼ିଆବନ୍ଧ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।