ଦେଶର ସର୍ବକନିଷ୍ଠ ମେୟର

ଦେଶର ସର୍ବକନିଷ୍ଠ ମେୟର

ଦେଶର ସର୍ବକନିଷ୍ଠ ମେୟର
ନୂଆଦିଲ୍ଲୀ: ଦେଶର ସର୍ବକନିଷ୍ଠ ମେୟର ଭାବେ ଦାୟିତ୍ୱ ତୁଲାଇବେ କେରଳର ୨୧ ବର୍ଷୀୟା ଝିଅ ଆର୍ୟା ରାଜେନ୍ଦ୍ରନ । କେରଳ ରାଜଧାନୀ ତିରୁଭନ୍ତପୁରମର ନୂଆ ମେୟର ଭାବରେ ସଦ୍ୟ ନିର୍ବାଚିତ ହୋଇଛନ୍ତି ଆର୍ୟା । ସିପିଏମ ପାର୍ଟି ତରଫରୁ ମୁଦଭାନ୍ମୁଘଳ ୱାର୍ଡ଼ରୁ ନିର୍ବାଚନ ଲଢ଼ିବା ସହ ନିକଟସ୍ଥ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ୫୪୯ ଟି ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି ଆର୍ୟା । ମିଳିଥିବା ସୂଚନା ଅନୁଯାୟୀ, ଆର୍ୟାଙ୍କୁ ମିଳିଛି ୨ ହଜାର ୮୭୨ଟି ଭୋଟ । ବର୍ତ୍ତମାନ ସମୟରେ ଆର୍ୟା ହେଉଛନ୍ତି ଜଣେ ଛାତ୍ରୀ । ସେ “ଅଲ ସେଣ୍ଟସ” କଲେଜରେ ବିଏସ୍ସି ଦ୍ଵିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି । ସିପିଏମର ଥିରୁଭନ୍ତପୁରମ ଜିଲ୍ଲା ମୁଖ୍ୟ, ଆର୍ୟାଙ୍କ ନାଁ ମେୟର ପୋଷ୍ଟ ପାଇଁ ସୁପାରିଶ କରିଥିଲେ ।ଖାଲି ସେତିକି ନୁହେଁ ସିପିଆଇ ରାଜ୍ୟ ଯୁବ ନେତା ଦଳର ରାଜ୍ୟ ଅଧ୍ୟକ୍ଷ ଅଛନ୍ତି ଆର୍ୟା । “ସ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ”ର ଜଣେ ଆକ୍ଟିଭିଷ୍ଟ ଭାବରେ ସଫଳତାର କାର୍ଯ୍ୟ କରି ଆସିଛନ୍ତି ।