ଡାଇରିଆ ଭଳି ମାରାତ୍ମକ ରୋଗକୁ ନିମନ୍ତ୍ରଣ ଦେବ ଲଗାଣ ବର୍ଷା : ଜାଣନ୍ତୁ କିଭଳି ଏବଂ କେଉଁ ଉପାୟରେ ରୋକିବେ ଏହି ଅଦିନିଆ ଅତିଥିକୁ
ଡାଇରିଆ ଭଳି ମାରାତ୍ମକ ରୋଗକୁ ନିମନ୍ତ୍ରଣ ଦେବ ଲଗାଣ ବର୍ଷା : ଜାଣନ୍ତୁ କିଭଳି ଏବଂ କେଉଁ ଉପାୟରେ ରୋକିବେ ଏହି ଅଦିନିଆ ଅତିଥିକୁ

ଗ୍ରୀଷ୍ମଋତୁ ଯାଇ ବର୍ଷାଋତୁ ଆସି କବାଟ ପିଟିଲାଣି । ଋତୁ ପରିବର୍ତ୍ତନ ଏବଂ ଲଗାଣ ବର୍ଷା କାରଣରୁ ଏହି ସମୟରେ ଅନେକ ରୋଗ ଶରୀରକୁ କବଳିତ କରିଥାନ୍ତି । ଏହି ଦିନରେ ଡାଇରିଆ ରୋଗ ସବୁଠାରୁ ଅଧିକ ବ୍ୟାପିଥାଏ । ଯେଉଁଥିପାଇଁ ନାନାଦି କଷ୍ଟର ସାମ୍ନା କରିବାକୁ ପଡେ । ତେବେ ଆସନ୍ତୁ ଏହି ରୋଗରୁ କିଭଳି ନିଜକୁ ସୁରକ୍ଷିିତ ରଖିବେ ଜାଣିରଖନ୍ତୁ ।
କ’ଣ ଲକ୍ଷଣ ?
ଡାଇରିଆର ପ୍ରମୁଖ କାରଣ ପତଳାଝାଡା ହେବା । ୨୪ ଘଣ୍ଟା ମଧ୍ୟରେ ରୋଗୀକୁ ୪ ରୁ ୫ ଥର ପତଳା ଝାଡା ହେବା ଏହା ସହ ପେଟର ତଳସ୍ତରରେ ହାଲୁକା କିମ୍ବା ଅଧିକ ଯନ୍ତ୍ରଣା ହେବା । ଜ୍ୱର ଏବଂ ଦୁର୍ବଳ କାରଣରୁ ଶରୀରରେ ପୀଡା ଅନୁଭବ କରିବା । କିଛି ରୋଗୀଙ୍କୁ ଉଭୟ ଝାଡାବାନ୍ତି ହେବା । ଦୁର୍ବଳ କାରଣରୁ ମୁଣ୍ଡ ବୁଲାଇବା ଏବଂ ଆଖି ସାମ୍ନା ଅନ୍ଧାର ଦେଖାଯିବା । ଶରୀରରେ ପାଣିର ଅଭାବରୁ ତ୍ୱଚାରେ କ୍ଲାନ୍ତ ଅନୁଭବ କରିବା ।
କାହିଁକି ଶରୀର ପ୍ରତି ଏହା ବିପଦଜନକ ?
ବାରମ୍ବାର ଝାଡାବାନ୍ତି କାରଣରୁ ଶରୀରରେ ପାଣି କମ୍ ହୋଇଯାଏ ଏବଂ ଖଣିଜଲବଣ ବାହାରକୁ ବାହାରିଯାଏ । ଶରୀରରେ ପୋଷଣର ଅଭାବ ମଧ୍ୟ ଦେଖାଯାଏ । ପାଣିର ଅଭାବ କାରଣରୁ ଡିହାଇଡ୍ରେସନ୍ ର ଶିକାର ହେବାକୁ ପଡିଥାଏ । ଏହି ସ୍ଥିତିକୁ ତୁରନ୍ତ ନ ରୋକିଲେ ଜୀବନ ଯିବାର ଭୟ ଥାଏ ।
ଖାଦ୍ୟ କମ୍ , ପାଣି ଅଧିକ ପିଅନ୍ତୁ : ଡାଇରିଆ ହେବା ସମୟରେ ଗରିଷ୍ଠ ଖାଦ୍ୟ ଅଧିକ ଖାଇବା ବଦଳରେ ଯେତେ ଅଧିକ ପାରୁଛନ୍ତି ପାଣି ପିଅନ୍ତୁ । କମ୍ ତେଲ-ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ । ଗୋଟିଏ ଥରରେ ପେଟଭର୍ତ୍ତୀ କରି ଖାଇବା ଅପେକ୍ଷା କମ୍ କମ୍ କରି ୪ ଥରରେ ଖାଆନ୍ତୁ । ଦହି ,ଚହ୍ଲା ସେବନ କରନ୍ତୁ । ଚହ୍ଲାରେ ଜୀରା,ହେଙ୍ଗୁ ଏବଂ କଳାଲୁଣ ପକାଇ ସେବନ କରନ୍ତୁ । ଏଥିରେ ପାଚନ କ୍ଷମତା ଠିକଠାକ୍ ରହିବ । ଖାଦ୍ୟ ଠିକରେ ହଜମ ହେବ ଏବଂ ଝାଡାବାନ୍ତି କମ୍ ହେବ । ଆମ୍ବରସ ଏବଂ ଲେମ୍ବୁପାଣି ପିଅନ୍ତୁ ଏଥିରେ ଥିବା ଭିଟାମିନ୍ – ସି ଅନ୍ତକୁ ସୁସ୍ଥ ରଖିବ । ରାତିରେ ସ୍ୱଳ୍ପ ଆହାର ଖାଆନ୍ତୁ । କଟାଫଳ କିମ୍ବା ପରିବା ଖାଆନ୍ତୁ ନାହିଁ । ବାହାର ଖାଦ୍ୟ ବର୍ଜନ କରନ୍ତୁ । ଘରେ ତଟକା ଫଳ ଏବଂ ପରିବା ଧୋଇ ଖାଆନ୍ତୁ । ତରଭୁଜ ଭଳି ଫଳର ଅଧିକ ସେବନ କରନ୍ତୁ ।