ଡବଲ ମୁ୍ୟଟେସନ ସଂକ୍ରମଣକୁ ଅଧିକ ବଢ଼ାଇ ଦେଇପାରେ
ଡବଲ ମୁ୍ୟଟେସନ ସଂକ୍ରମଣକୁ ଅଧିକ ବଢ଼ାଇ ଦେଇପାରେ
admin
Apr 7, 2021 - 05:43
Updated: Apr 7, 2021 - 05:43
ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ୩୦ ହଜାର ଛୁଇଁପାରେ । କରୋନା ଭୂତାଣୁର ନୂତନ ଷ୍ଟ୍ରେନ (ବି୍ରଟେନ, ଦକ୍ଷିଣ ଆଫି୍ରକା) ଓ ଡବଲ ମୁ୍ୟଟେସନ ସଂକ୍ରମଣକୁ ଅଧିକ ବଢ଼ାଇ ଦେଇପାରେ । ମହାରାଷ୍ଟ୍ରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଓଡ଼ିଶାରେ ଏଭଳି ସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ତେଣୁ ଏବେ ଠାରୁ ସତର୍କ ନ ହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ । ଏହା ସହ ରାଜ୍ୟବାସୀଙ୍କୁ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭାରି ପଡ଼ିବ ବୋଲି ସତର୍କ କରାଇଛନ୍ତି ବରିଷ୍ଠ ଚିକିତ୍ସକ ଡା.ନିରୋଜ ମିଶ୍ର । ଡା.ମିଶ୍ରଙ୍କ କହିବା କଥା, ଦକ୍ଷିଣ ଆଫି୍ରକା ଷ୍ଟ୍ରେନ ବିଶେଷ ଭାବେ ଯୁବଗୋଷ୍ଠୀଙ୍କ ସଂକ୍ରମିତ କରୁଛି । ୧୮/୨୦ ବର୍ଷରୁ ଅଧିକ ଯୁବପିଢ଼ି ଏହା ଦ୍ୱାରା ଆକ୍ରାନ୍ତ ହେଉଥିବା ନଜରକୁ ଆସିଛି । ଛୋଟ ପିଲା ମଧ୍ୟ ଏଥିରେ ସଂକ୍ରମିତ ହୋଇପାରନ୍ତି । ବିଶ୍ୱରେ ଏ ପର୍ଯ୍ୟନ୍ତ ଛୋଟ ପିଲାଙ୍କ ପାଇଁ ଟିକା ପ୍ରସ୍ତୁତ ହୋଇନାହିଁ । ନିକଟରେ ଫାଇଜର ପକ୍ଷରୁ ୧୨-୧୫ ବର୍ଷ ବାଳକ/ବାଳିକାଙ୍କ ପାଇଁ ଟିକା ପ୍ରସ୍ତୁତ ହୋଇଥିବା ସମ୍ପର୍କରେ ତଥ୍ୟ ବାହାରକୁ ଆସିଛି । ତେଣୁ ବାପା ମା’ଙ୍କୁ ଏଥିପାଇଁ ଯତ୍ନବାନ ହେବାକୁ ପଡ଼ିବ । ସେହିପରି ରାଜ୍ୟରେ ଏ ପର୍ଯ୍ୟନ୍ତ ଦକ୍ଷିଣ ଆଫି୍ରକା ଷ୍ଟ୍ରେନ ଚିହ୍ନଟ ସମ୍ପର୍କରେ ଘୋଷଣା ହୋଇନାହିଁ । ମାତ୍ର ରାଜ୍ୟରେ ଭୂତାଣୁର ଜିନ ଅନୁଶୀଳନ ବହୁତ କମ୍ ହେଉଥିବାରୁ ଏସବୁ ଷ୍ଟ୍ରେନ ରାଜ୍ୟରେ ଘୂରି ବୁଲୁଛି କି ନାହିଁ ତାହା ସମ୍ପର୍କରେ ଅଧିକ କହିବା ମୁସ୍କିଲ । ତେଣୁ ଏବେଠାରୁ ଲୋକମାନଙ୍କୁ ସତର୍କ ହେବାକୁ ହେବ । ରାଜ୍ୟ ସରକାର କୋଭିଡ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ଯାହାକି ରାଜ୍ୟ ପାଇଁ ଏକ ଶୁଭ ଖବର । ଅପରପକ୍ଷରେ ନୂତନ ଷ୍ଟ୍ରେନର ଲକ୍ଷଣ ସମ୍ପର୍କରେ ଡା.ମିଶ୍ର କହିଛନ୍ତି, ଗତ ବର୍ଷ ଯେଉଁ ଲୋକମାନେ କୋଭିଡ ସଂକ୍ରମିତ ହେଉଥିଲେ ସେମାନଙ୍କ ନିକଟରେ ସ୍ୱାଦ ଓ ଆଘ୍ରାଣ ଶକ୍ତିରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଥିଲା ।