ଟୋକନ ଟେନସନ, ମନ୍ତ୍ରୀଙ୍କ ଜରୁରୀ ବୈଠକ

ଟୋକନ ଟେନସନ, ମନ୍ତ୍ରୀଙ୍କ ଜରୁରୀ ବୈଠକ

ଟୋକନ ଟେନସନ, ମନ୍ତ୍ରୀଙ୍କ ଜରୁରୀ ବୈଠକ
ଭୁବନେଶ୍ୱର: ଏବେ ସରକାରଙ୍କୁ ଘାରିଛି ଟୋକନ ଟେନସନ । କାରଣ ଖରିଫ ଧାନ ସଂଗ୍ରହ ଆରମ୍ଭରୁ ହିଁ ବିଭ୍ରାଟ ଦେଖାଦେଇଛି । ପଶ୍ଚିମ ଓଡ଼ିଶାରେ ମଣ୍ଡି ଖୋଲିଥିବାବେଳେ ଚାଷୀଙ୍କୁ ଟୋକନ ମିଳିନଥିବା ଅଭିଯୋଗ ହୋଇଛି । ସ୍ୱଚ୍ଛତା ପାଇଁ ଟୋକନ ବ୍ୟବସ୍ଥା କରାଯାଇଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିବାବେଳେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯିବାକୁ ଦାବି କରାଯାଇଛି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଚାଷୀ ଆନେ୍ଦାଳନ ତେଜିବାରେ ଲାଗିଛି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କୁ ଧାନ କିଣା ଟେନସନ ଘାରିଥିବାବେଳେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏକ ଜରୁରୀ ବୈଠକ ଡାକିଛନ୍ତି । ପଶ୍ଚିମ ଓଡ଼ିଶାର ବିଭିନ୍ନ ବିଜେଡି ନେତାଙ୍କୁ ଡାକି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଲୋଚନା କରିଛନ୍ତି । ଏଥିରେ ମନ୍ତ୍ରୀଙ୍କ ସମେତ ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ପୂର୍ବତନ ବିଧାୟକ ସାମିଲ ଅଛନ୍ତି ।