ଟିଏମସିରୁ ଇସ୍ତଫା ଦେଲେ ଯଶବନ୍ତ ସିହ୍ନା

ଟିଏମସିରୁ ଇସ୍ତଫା ଦେଲେ ଯଶବନ୍ତ ସିହ୍ନା

ଟିଏମସିରୁ ଇସ୍ତଫା ଦେଲେ ଯଶବନ୍ତ ସିହ୍ନା

ନୂଆଦିଲ୍ଲୀ : ବିରୋଧୀ ମେଣ୍ଟରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ରାଜି ହେବା ପରେ ସେ ଟିଏମସିରୁ ଇସ୍ତଫା ଦେଇଛନ୍ତି । ଏହି ଅବସରରେ ସିହ୍ନା କହିଛନ୍ତି କି ବିରୋଧୀମାନଙ୍କୁ ଏକଜୁଟ କରି ବ୍ୟାପକ ରାଷ୍ଟ୍ର ଉର୍ଦ୍ଦେଶ୍ୟରେ କାମ କରିବେ ।କହିରଖୁ କି ଏନସିପି ମୁଖ୍ୟ ଶରଦ ପାୱାର ଓ ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ବିରୋଧୀ ମେଣ୍ଟରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ମନା କରିବା ପରେ ଯଶବନ୍ତ ସିହ୍ନାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା । ଗତକାଲି ଶରଦ ପାୱାରଙ୍କ ବାସଭବନରେ ବିରୋଧୀ ମେଣ୍ଟର ପୁଣି ଏକ ବୈଠକ ବସିଥିଲା । ଏହି ବୈଠକକୁ ମମତା ବାନାର୍ଜୀ ଯାଇ ନଥିଲେ ବି ସେ ଅଭିଷେକ ବାନାର୍ଜୀଙ୍କୁ ପଠାଇଥିଲେ । ସେଠାରେ ଅଭିଷେକ ଯଶବନ୍ତ ସିହ୍ନାଙ୍କ ନାମ ପ୍ରସ୍ତାବ ରଖିଥିଲେ ଓ ଏହାକୁ ୧୯ ଟି ବିରୋଧୀ ଦଳ ସମର୍ଥନ କରିଥିଲେ  ।ସେପଟେ ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଏବେ ବି ନୀରବ ରହିଛି ଏନଡିଏ । କିଛି ବିଶେଷ ସୂତ୍ରର ସୂଚନା ମୁତାବକ ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାଇଡୁଙ୍କୁ ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ନେଇ ବିଚାର ଚାଲିଛି ।