ଅଗ୍ନିପଥ ଯୋଜନାକୁ ନେଇ କଣ କହିଲେ ଅଜିତ ଡୋଭାଲ, ଜାଣନ୍ତୁ
ଅଗ୍ନିପଥ ଯୋଜନାକୁ ନେଇ କଣ କହିଲେ ଅଜିତ ଡୋଭାଲ, ଜାଣନ୍ତୁ
ନୂଆଦିଲ୍ଲୀ : ଅଗ୍ନିପଥ ସରକାରଙ୍କ ଏକ ଉଚିତ ପଦକ୍ଷେପ। ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଏଭଳି ଯୋଜନାକୁ ଆଣିଛନ୍ତି। ଅଗ୍ନିପଥକୁ ନେଇ ସାରା ଦେଶରେ ହିଂସାର ବାତାବରଣ ଲାଗି ରହିଛି । କେନ୍ଦ୍ର ସରକାରଙ୍କ ଏଭଳି ଯୋଜନାକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି । ଏହାରି ମଧ୍ୟରେ ଜାତୀୟ ସୁରକ୍ଷା ପରିଷଦର ପରାମର୍ଶଦାତା ଅଜିତ ଡୋଭାଲ ଅର୍ନ୍ତଜାତୀୟ ଗଣମାଧ୍ୟମ ଏଏନଆଇରେ ନିଜର ମତ ରଖି ଏହା କହିଛନ୍ତି। । ସେ କହିଛନ୍ତି କି ସେନାକୁ ଶକ୍ତିଶାଳୀ କରିବା ଦିଗରେ ସରକାରଙ୍କର ଏହା ଏକ ଉଚିତ ପଦକ୍ଷେପ । ଭାରତ ପ୍ରତି ପଡୋଶୀ ଦେଶମାନଙ୍କର ଆଭିମୁଖ୍ୟ ଯେଭଳି ବଦଳିବାରେ ଲାଗିଛି ତାହାକୁ ନଜର କରି ସରକାର ଏଭଳି ଏକ ଭବିଷ୍ୟତ ଯୋଜନା କରିଛନ୍ତି ବୋଲି ସେ କହିଛନ୍ତି ।ଡୋଭାଲ କହିଛନ୍ତି କି ଏବେ ସାରା ବିଶ୍ୱରେ ଯୁଦ୍ଧ ଲଢିବାର ତରିକା ବଦଳିବାରେ ଲାଗିଛି । ଏହାସହ ଚଳିତ ସରକାରରେ ସେନାକୁ ନେଇ କିଛି କାମ ହେଉଛି । ଏହି କ୍ରମରେ ସରକାର ଯୁବ ସୈନିକଙ୍କୁ ପ୍ରାଥମିକତା ଦେବାକୁ ଏଭଳି ଯୋଜନା ଆଣିଛନ୍ତି ବୋଲି ସେ କହିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ଡୋଭାଲ କହିଛନ୍ତି କି ପ୍ରଧାନମନ୍ତ୍ରୀ ଆସନରେ ବସିବା ପରଠାରୁ ଦେଶର ସେନାକୁ ମଜଭୁତ କରିବା ଓ ଦେଶକୁ ସୁରକ୍ଷିତ ରଖିବା ଉପରେ ମୋଦୀ ପ୍ରାଥମିକତା ଦେଇ ଆସୁଛନ୍ତି । ସେପଟେ ଡୋଭାଲ କହିଛନ୍ତି କି ଅଗ୍ନିବୀର ଯୋଜନାକୁ ନେଇ ଏବେ ଲୋକମାନଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିଛି । ସେ କହିଛନ୍ତି କି ସେନାରେ ୪ ବର୍ଷ ବିତାଇ ଯେଉଁ ଯୁବକ ଫେରିବ ସେ ଅନ୍ୟ ଯୁବକମାନଙ୍କ ଠାରୁ ଅଧିକ ଦକ୍ଷ ହୋଇସାରିଥିବ । ତେଣୁ ସମାଜରେ ତାଙ୍କୁ କାମ ମିଳିବାରେ ବିଶେଷ କିଛି ଅସୁବିଧା ହେବ ନାହିଁ ।




admin 