ଟି-ଟ୍ୱେଣ୍ଟି, ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଲଢେଇ
ଟି-ଟ୍ୱେଣ୍ଟି, ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଲଢେଇ
ଥିରୁଅନନ୍ତପୁରମ: ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ। ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ(୨-୧ରେ) ବିଜୟ ପରେ ରୋହିତ ବାହିନୀର ନଜର ଏବେ ଦକ୍ଷିଣ ଆଫ୍ରିକା ଉପରେ । ଟି-ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ ଆଉ ଏକ ସିରିଜ ଜିତି ଭାରତ ଦୃଢ ମନୋବଳ ସହ ଅଷ୍ଟ୍ରେଲିଆ ଗସ୍ତ କରିବ । ଏହା ପୂର୍ବରୁ କିଛି ଛୋଟ ମୋଟ ତ୍ରୁଟିକୁ ଏହି ସିରିଜ ଜରିଆରେ ସୁଧାରିବାକୁ ଭାରତ ପ୍ରୟାସ କରିବ । ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳି ଆଇପିଏଲ୍ ଅଭିଜ୍ଞତାକୁ କାର୍ୟ୍ୟରେ ଲଗାଇ ସିରିଜ ବିଜୟ ପାଇଁ ପ୍ରୟାସ କରିବେ ।
ବୁଧବାର ସମସ୍ତଙ୍କ ନଜର ସୂର୍ୟ୍ୟକୁମାର ଯାଦବଙ୍କ ଉପରେ ରହିବ । ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ପ୍ରଦର୍ଶନକୁ କ୍ରିକେଟ୍ ପ୍ରେମୀ ଏପର୍ୟ୍ୟନ୍ତ ଭୁଲି ନଥିବେ । ଅସୁସ୍ଥ ସତ୍ତେ୍ୱ ସେ ତୃତୀୟ ଟି-ଟ୍ୱେଣ୍ଟିରେ ଧୂଆଁଧାର ବ୍ୟାଟିଂ କରି ଦଳକୁ ଜିତାଇଥିଲେ । ଚଳିତ ବର୍ଷ ସେ ଟି-ଟ୍ୱେଣ୍ଟି ଫର୍ମାଟ୍ରେ ସର୍ବାଧିକ ୬୮୨ ରନ୍ ସଂଗ୍ରହ କରିସାରିଛନ୍ତି । ବୁଧବାର ସେ ଆଉ ଏକ ରେକର୍ଡ ଭଙ୍ଗ କରିପାରିବେ । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍ କରିଥିବା ଶିଖର ଧାୱନଙ୍କ(୬୮୭ରନ୍) ରେକର୍ଡକୁ ଅତିକ୍ରମ କରିବା ପାଇଁ ସୂର୍ୟ୍ୟକୁମାର ଆଉ ୬ ରନ୍ ଆବଶ୍ୟକ କରୁଛନ୍ତି ।
ଭାରତ: ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ସୂର୍ୟ୍ୟକୁମାର ଯାଦବ, ରିଷଭ ପନ୍ତ, ଅକ୍ଷର ପଟେଲ, ଦିନେଶ କାର୍ତ୍ତିକ, ଦୀପକ ଚହର, ଅର୍ଶଦୀପ ସିଂହ, ଜସପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲ ।
ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି କକ୍, ତେମ୍ବା ବଭୁମା(ଅଧିନାୟକ), ରିଲି ରସୋ, ଆଡେନ ମାରକ୍ରମ, ଡେଭିଡ୍ ମିଲର, ତ୍ରିଷ୍ଟନ ଷ୍ଟବ୍ସ, ଡ୍ୱେନ ପ୍ରିଟୋରିୟସ, ମାର୍କୋ ଜାନସେନ, କାଗିସୋ ରାବାଡା, ଆନରିଚ ନର୍ଜ, ତାବ୍ରେଜ ସାମସି ।




admin 