ଟାଣିନେଲା କି କୁମ୍ଭୀର!

ଟାଣିନେଲା କି କୁମ୍ଭୀର!

ଟାଣିନେଲା କି କୁମ୍ଭୀର!

ଆଳି: ଆଳି ଥାନା ନଳପାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବ୍ରାହ୍ମଣୀ ନଦୀରେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି । ଯୁବକ ଜଣକ ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ତାଙ୍କୁ କୁମ୍ଭୀର ଟାଣିନେଇଥିବା ସନ୍ଦେହ କରୁଛନ୍ତି ଅଞ୍ଚଳବାସୀ । ସେହି ଅଞ୍ଚଳରେ ପ୍ରାୟ ସମୟରେ କୁମ୍ଭୀର ଚଳପ୍ରଚଳ କରୁଥିବାରୁ ଏପରି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।  ନଦୀ ଘାଟରେ ଯୁବକଙ୍କ ଗାମୁଛା ଓ ଚପଲ ପଡ଼ି ରହିଥିବା ଦେଖିବାକୁ ମିଳିଛି ।