ଝାରସୁଗୁଡ଼ା ଉପନିର୍ବାଚନ : ବଜେଡି ପ୍ରସ୍ତୁତ କଲା ସମର ଶଯ୍ୟା
ଝାରସୁଗୁଡ଼ା: ଉପନିର୍ବାଚନର ପ୍ରସ୍ତୁତି ପାଇଁ ଝାରସୁଗୁଡ଼ାରେ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପର୍ୟ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ୟ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା ନାୟକ ଝାରସୁଗୁଡ଼ାରେ ପହଞ୍ଚିବା ପରେ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲରେ ବୈଠକ ଅନୁଷ୍ଠିତ ହୋଇଛି ।
ଜିଲ୍ଲା ବିଜେଡିର ବରିଷ୍ଠ କର୍ମକର୍ତ୍ତା, ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଝାରସୁଗୁଡ଼ା ପୌର ପରିଷଦ, ଝାରସୁଗୁଡ଼ା ବ୍ଲକ, କୋଲାବିରା, କିର୍ମିରା ଓ ଲଇକେରା ବ୍ଲକର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଛି । ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ସହ ଦଳର ବିଭିନ୍ନ କାର୍ୟ୍ୟ ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଛି । ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ଗତ ନିର୍ବାଚନଠୁ ବହୁ ଭୋଟରେ ବାଜିମାର କରିବ ବୋଲି କହିଛନ୍ତି।




admin 