ଜୁଲାଇ ସୁଦ୍ଧା ଦେଶରେ ପ୍ରଚୁର ଟିକା ଉପଲବ୍ଧ ହେବ : ଡା. ଗୁଲେରିଆ

ଜୁଲାଇ ସୁଦ୍ଧା ଦେଶରେ ପ୍ରଚୁର ଟିକା ଉପଲବ୍ଧ ହେବ : ଡା. ଗୁଲେରିଆ

ଜୁଲାଇ ସୁଦ୍ଧା ଦେଶରେ ପ୍ରଚୁର ଟିକା ଉପଲବ୍ଧ ହେବ : ଡା. ଗୁଲେରିଆ
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାକୁ ମାତ ଦେବା ପାଇଁ ଟିକାକରଣ ଅଭିଯାନ ଜୋରଦାର ଚାଲିଛି । ତେବେ ଟିକାର ଅଭାବ ଯୋଗୁଁ ଦେଶର ଅଧିକାଂଶ ସ୍ଥାନରେ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତେବେ ଜୁଲାଇ ସୁଦ୍ଧା ଦେଶରେ ପ୍ରଚୁର ଟିକା ଉପଲବ୍ଧ ହେବ ବୋଲି ଦିଲ୍ଲୀ ଏମସ ନିଦେ୍ର୍ଧଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି । ଭାରତରେ ଟିକା ଉପôାଦନ ପ୍ରସଙ୍ଗରେ ଡାକ୍ତର ଗୁଲେରିଆ ଏହା କହିଛନ୍ତି । ସେ କହିଛନ୍ତି କୋଭିସିଲ୍ଡ ଓ କୋଭାକ୍ସିନ ସେମାନଙ୍କ ଉପôାଦନ ବଢାଉଛନ୍ତି । ସେରମ ଓ ଭାରତ ବାୟୋଟେକ ନୂଆ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା କରୁଛନ୍ତି । ସ୍ଫୁଟନିକ-ଭି’ ବି ପ୍ରଚୁର ପରିମାଣରେ ଆସିବା ସମ୍ଭାବନା ରହିଛି । ଆଉ ୨ ମାସ ମଧ୍ୟରେ ଭାରତରେ ଟିକା ପ୍ରଚୁର ଉପଲବ୍ଧ ହେବ ବୋଲି ଦିଲ୍ଲୀ ଏମସ ନିଦେ୍ର୍ଧଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।