ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଇସିୟୁ ଯାଞ୍ଚ ପାଇଁ ୪ଟି ସ୍ୱତନ୍ତ୍ର ଟିମ ଗଠନ

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଇସିୟୁ ଯାଞ୍ଚ ପାଇଁ ୪ଟି ସ୍ୱତନ୍ତ୍ର ଟିମ ଗଠନ

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଇସିୟୁ ଯାଞ୍ଚ ପାଇଁ ୪ଟି ସ୍ୱତନ୍ତ୍ର ଟିମ ଗଠନ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ବହୁ ରୋଗୀ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ପ୍ରକୃତ ରୋଗୀଙ୍କୁ ଆଇସିୟୁ ମିଳୁଛି କି ନାହିଁ ତାହାର ଯାଞ୍ଚ କରାଯିବ । କଟକ ଓ ଭୁବନେଶ୍ୱରରେ ଆଇସିୟୁ ଯାଞ୍ଚ କରିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଇସିୟୁ ଯାଞ୍ଚ ପାଇଁ ୪ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଯେମିତି କେବଳ ଗୁରୁତର ରୋଗୀ ଆଇସିୟୁରେ ରହିପାରିବେ ତାହାର ଯାଞ୍ଚ କରାଯିବ । ଗୁରୁତର ନଥାଇ ବି ରୋଗୀ ଆଇସିୟୁ ଜାଗା ମାଡ଼ି ବସୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏହା ଦ୍ୱାରା ପ୍ରକୃତ ଆବଶ୍ୟକ କରୁଥିବା ରୋଗୀ ଆଇସିୟୁ ପାଉନଥିଲେ । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଆଇସିୟୁ ଯାଞ୍ଚ ପାଇଁ ନିଷ୍ପତ୍ତି ନିଆଯାଇଛି ।