ଜୁନ୍‌ ୨ରୁ ଯୁକ୍ତଦୁଇ ଖାତାଦେଖା

ଜୁନ୍‌ ୨ରୁ ଯୁକ୍ତଦୁଇ ଖାତାଦେଖା

ଜୁନ୍‌ ୨ରୁ ଯୁକ୍ତଦୁଇ ଖାତାଦେଖା

ଭୁବନେଶ୍ୱର:  ଜୁନ୍ ୨ରୁ ଆରମ୍ଭ ହେବ ଯୁକ୍ତ ୨ ମୂଲ୍ୟାୟନ। ରାଜ୍ୟର ସମୁଦାୟ ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଅଫଲାଇନ୍ ମୂଲ୍ୟାୟନ।  ଏହାବାଦ ୩୭ଟି କେନ୍ଦ୍ରରେ ହେବ ଅନଲାଇନ ମୂଲ୍ୟାୟନ । ସମୁଦାୟ ୨ଟି ପର୍ୟ୍ୟାୟରେ ହେବ ଯୁକ୍ତ ୨ ଖାତା ମୂଲ୍ୟାୟନ । ଜୁନ୍ ୨ରୁ ଜୁନ୍ ୧୨ ପର୍ୟ୍ୟନ୍ତ ପ୍ରଥମ ପର୍ୟ୍ୟାୟ ମୂଲ୍ୟାୟନ ହେବ । ଏହାପରେ ଜୁନ୍ ୧୩ରୁ ୨୨ ଯାଏଁ ହେବ ୨ୟ ପର୍ୟ୍ୟାୟ ମୂଲ୍ୟାୟନ ।

ସୂଚନାଯୋଗ୍ୟ, କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟରେ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାଙ୍କନ ନେଇ ଏଥର ଦୁଇଟି ସ୍କିମ୍ କରାଯାଇଛି ।  ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ । ନଚେତ  ବାର୍ଷିକ ପରୀକ୍ଷାର ୮୦% ଓ କ୍ୱାର୍ଟର ଏଣ୍ଡରେ ୨୦% ଅନୁଯାୟୀ ମାର୍କି ହେବ।  ଦୁଇଟି ବ୍ୟବସ୍ଥାରୁ ଯେଉଁଟିରେ ଛାତ୍ରଛାତ୍ରୀ ସର୍ବାଧିକ ମାର୍କ ରଖିବେ, ତାହା ଚୂଡ଼ାନ୍ତ ହେବ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।