ଜାନୁଆରୀରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ଜାନୁଆରୀରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ଜାନୁଆରୀରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀରେ କଂଗ୍ରେସ ପାର୍ଟି ଦ୍ୱାରା ଏଆଇସିସି ଅଧିବେଶନ ଡକାଯିବାର ଯୋଜନା ରହିଛି । ଏହି ଅଧିବେଶନରେ ଦଳ ପାଇଁ ଜଣେ ସ୍ଥାୟର ଅଧ୍ୟକ୍ଷ ନିର୍ବାଚନ କରାଯିବ । ଦଳର ଦୁଇ ଜଣ ନେତା ନିଜର ନାମ ଗୋପନ ରଖି ଏହି ସୂଚନା ଦେଇଛନ୍ତି । ଅନୁଷ୍ଠିତ ଦଳର କାର୍ଯ୍ୟକାରିଣୀ କମିଟିର ଏକ ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା । ଦଳର କିଛି ନେତା ପ୍ରସ୍ତାବ ଦେଇଥିଲେ ଯେ ବର୍ଷକ ଭିତରେ ଦଳ ପାଇଁ ନୂଆ ଅଧ୍ୟକ୍ଷ ଚୟନ କରାଯାଉି । କିନ୍ତୁ ରାହୁଲ ଗାନ୍ଧି ଏବଂ ଆଉ କିଛି ନେତା ଏହି କାର୍ଯ୍ୟ ୬ ମାସ ଭିତରେ ଶେଷ କରିବାକୁ ପ୍ରସ୍ତାବ ଦେଇଥିଲେ । ଦଳର ନେତାମାନେ ମନେ କରୁଛନ୍ତି ଯେ ଜାନୁଆରୀରେ ଏଆଇସିସି ଅଧିବେଶନ ଡକାଗଲେ ଦଳକୁ ବିଶେଷ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।