ବ୍ରଣ ଦୂର ହେବ ଚୁଟ୍କିରେ
ବ୍ରଣ ଦୂର ହେବ ଚୁଟ୍କିରେ
admin
Aug 28, 2020 - 07:20
Updated: Aug 28, 2020 - 07:20
ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ଆଉ ମହିଳାମାନେ ଏ କ୍ଷେତ୍ରରେ ଟିକେ ଆଗୁଆ । କିନ୍ତୁ ଆଜିକାଲିର ଜୀବନଶୈଳୀ, ଖାଇବା ପିଇବା ଓ ଅଫିସ ଚିନ୍ତା ଆଦି ଯୋଗୁଁ ବହୁ ମହିଳାଙ୍କୁ ତ୍ୱଚା ଜନିତ ବିଭିନ୍ନ ସମସ୍ୟାକୁ ସାମନା କରିବାକୁ ପଡ଼ୁଛି । ବିଭିନ୍ନ ତ୍ୱଚା ସମସ୍ୟା ମଧ୍ୟରୁ ଅନ୍ୟତମ ହେଉଛି ବ୍ରଣ । ଅନେକଙ୍କ କ୍ଷେତ୍ରରେ ବହୁ ଟିପ୍ସ ଆପଣେଇବା ପରେ ବି ବ୍ରଣ ଜନିତ ସମସ୍ୟାର ସମାଧାନ ମିଳିବା କଷ୍ଟ ହୋଇପଡ଼ିଥାଏ । ଏବେ ଜାଣିବା ଏମିତି କିଛି ଟିପ୍ସ, ଯାହା ଆପଣଙ୍କ ତ୍ୱଚାର ବ୍ରଣକୁ ୨ ଦିନରେ ଗାଏବ କରିଦେଇପାରିବ ।
ଆପଲ ସାଇଡର ଭିନେଗାର: ଏହି ଭିନେଗାରରେ ଆଣ୍ଟି ଇନଫ୍ଲୁମେଟୋରୀ ଓ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ । କିନ୍ତୁ ଏହାକୁ ସାବଧାନତାର ସହ ବ୍ୟବହାର କରାଯିବା ଆବଶ୍ୟକ । କାରଣ ଏଥିରେ ସଂକ୍ରମଣ ହେବାର ବହୁ ଆଶଙ୍କା ରହିଥାଏ । ସାମଗ୍ରୀ-ଆପଲ ସାଇଡର ଭିନେଗାର
ବ୍ୟବହାର
-ଦିନକୁ ଦୁଇଥର ଲେଖାଏ ଆପଲ ସାଇଡର ଭିନେଗାରକୁ ବ୍ରଣ ଉପରେ ଲଗାନ୍ତୁ ।
ବ୍ରଣ ଉପରେ ଭିନେଗାର ଲଗାଇବା ପରେ ୨/୩ ମିନିଟ ଯାଏ ଛାଡ଼ି ଦିଅନ୍ତୁ ।
ଏବେ ତ୍ୱଚାକୁ ଖାଲି ପାଣିରେ ଧୋଇ ଦିଅନ୍ତୁ ।
ଟି ଟି୍ର ଅଏଲ: ବ୍ରଣ ପାଇଁ ଏହି ଅଏଲ ଖୁବ ଉପକାରୀ ବୋଲି କୁହାଯାଏ । ଏହା ତ୍ୱଚାକୁ ମୁଲାୟାମ ରଖିବା ସହ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଯୋଗୁଁ ଚର୍ମର ଲାଲ ଅଂଶକୁ ବାହାରକୁ ବାହାର କରିବାରେ ସାହାଯ୍ୟ କରେ ।
ସାମଗ୍ରୀ- ୪/୫ ବୁନ୍ଦା ଟି ଟି୍ର ଅଏଲ ଓ ଏକ ବଡ଼ ଚାମଚ ଘିକୁଅାଁରୀ ଜେଲ ନିଅନ୍ତୁ ।
ବ୍ୟବହାର: ଏକ କଟନ ସାହାଯ୍ୟରେ ଟି ଟି୍ର ଅଏଲକୁ ନେଇ ତ୍ୱଚାରେ ଥିବା ବ୍ରଣ ଉପରେ ଲଗାନ୍ତୁ ।
୧୫/୨୦ ମିନିଟ ଯାଏ ଶୁଖ୍ିବାକୁ ଛାଡ଼ି ଦିଅନ୍ତୁ । ପରେ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ବ୍ୟତୀତ ଟି ଟି୍ର ଅଏଲ ଓ ଘିକୁଅାଁରୀ ଜେଲକୁ ଭଲ ଭାବେ ମିଶାଇ ଏହି ମିଶ୍ରଣକୁ କଟନ ସାହାଯ୍ୟରେ ବ୍ରଣ ଉପରେ ଲଗାନ୍ତୁ । ୨୦/୨୫ ମିନିଟ ପରେ ହାଲକା ଉଷୁମ ପାଣିରେ ମୁହଁକୁ ଭଲ ଭାବେ ଧୋଇ ନିଅନ୍ତୁ ।
ପାଚିଲା ଅମୃତଭଣ୍ଡା: ଏହା ପ୍ରାକୃତିକ ଉପାୟରେ ତ୍ୱଚାର ଦେଖାରଖ କରିଥାଏ । ପାଚିଲା ଅମୃତଭଣ୍ଡା ତ୍ୱଚାରୁ ମୃତ କୋଷିକାମାନଙ୍କୁ ବାହାର କରିଥାଏ । ତା ସହିତ ତ୍ୱଚାକୁ ସଫା ମଧ୍ୟ କରିଥାଏ ।
ସାମଗ୍ରୀ-ପାଚିଲା ଅମୃତଭଣ୍ଡା
ବ୍ୟବହାର- ପ୍ରଥମେ ତ୍ୱଚାକୁ ଭଲ ଭାବେ ଧୋଇ ଶୁଖାଇ ନିଅନ୍ତୁ ।
ପାଚିଲା ଅମୃତଭଣ୍ଡା ପେଷ୍ଟ ପ୍ରସ୍ତୁତ କରି ଏହାକୁ ତ୍ୱଚାରେ ଲଗାନ୍ତୁ । ଏହି ମିଶ୍ରଣ ତ୍ୱଚାରେ ୧୫/୨୦ ମିନିଟ ଶୁଖିଲା ପରେ ହାଲକା ଉଷୁମ ପାଣିରେ ମୁହଁକୁ ଧୋଇ ନିଅନ୍ତୁ । ଏବେ ନିଜର ତ୍ୱଚାକୁ ସୁହାଇବା ପରି ମଏଶ୍ଚରାଇଜର ଲଗାନ୍ତୁ ।