ଓଜନ ନିୟନ୍ତ୍ରଣ ରଖିବାର ସଠିକ ଉପାୟ

ଓଜନ ନିୟନ୍ତ୍ରଣ ରଖିବାର ସଠିକ ଉପାୟ

ରସୁଣରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ତାହା ସ୍ୱାସ୍ଥ୍ୟ ପାଇଁ ହିତକାରୀ । ସକାଳୁ ଖାଲିପେଟରେ ରସୁଣ ୨ ପାଖୁଡ଼ା ଖାଇ ଅଧ କପ ଉଷୁମ ପାଣି ପିଇବାର ଅଭ୍ୟାସ ୧ ମାସ କଲେ ଲାଭ ଜାଣିପାରିବେ । ଓଜନ କମ ହେବା ସହ ଆପଣଙ୍କ ପେଟର ଚର୍ବି ମଧ୍ୟ କମି ଯିବ । ଡାଲଚିନି: ଭାରତୀୟ ବ୍ୟଞ୍ଜନରେ ଏହାକୁ ଗରମ ମସଲା ଭାବେ ଉପଯୋଗ କରାଯାଏ । ଡାଲଚିନି ଗୁଣ୍ଡ ୧ ଚାମଚ ଅଧ କପ ପାଣିରେ ମିଶାଇ ରଖନ୍ତୁ । ୧୦ ମିନିଟ ପରେ ଏହି ପାଣିକୁ ଛାଣି ସେଥିରେ ଅଳ୍ପ ମହୁ ମିଶଶଇ ପିଇବେ । ଦୈନିକ ଏହି ପାନୀୟ ପିଇଲେ ଓଜନ ବଢ଼ୁନଥିବାର ବିଶେଷଜ୍ଞଙ୍କ ମତ । ସପ୍ତାହରେ ୨-୩ ଦିନ ବିନ୍ସ ପରିବା ଭଜା ଖାଇବା ମଧ୍ୟ ହିତକାରୀ । ଏହି ପରିବା ଆମ ମାଂସପେଶୀକୁ ଶକ୍ତି ଯୋଗାଇବା ସହ ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟକ ହୁଏ । ବିନ୍ସ ବ୍ୟଞ୍ଜନ ଖାଇଲେ ଅନେକ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ । ଦ୍ୱିପହର ଭୋଜନରେ ଏହା ଖାଇବା ଅଧିକ ଉପଯୋଗୀ । ଫୁଲକୋବି ସୁଆଦିଆ ଲାଗିବ ସହ ଏଥିରେ ଥିବା ପୋଷକତତ୍ତ୍ୱ ଶରୀରର ଓଜନକୁ ବଢ଼ାଇ ଦିଏ ନାହିଁ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି । ଭୋକ ଲାଗୁଥିଲେ ଆପଣ କଦଳୀ, ସେଓ ପରି ଫଳ ଖାଇବା ସହ ଡ୍ରାଏ ଫ୍ରୁଟସ ଖଜୁରୀ, ପେସ୍ତାବାଦାମ ଇତ୍ୟାଦି ଖାଇପାରିବେ ।