ଜମିଥିଲା ଛାଡଖାଇ ପାଇଁ ଭିଡ    

ଜମିଥିଲା ଛାଡଖାଇ ପାଇଁ ଭିଡ      

ରବିବାର,  ଛାଡ଼ଖାଇ ପାଳିଲେ କଟକ ବାସୀ । ଆମିସ ବଜାରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ।  ଚିକେନ ମାଛ ମଟନ ଉପରେ ବେଶି ବଢୁଛି ଚାହିଦା । ସକାଳୁ ସକାଳୁ ଆମିସ ବଜାରରେ ଲାଗିଲାଣି ଭିଡ଼ । ଦାମ କୁ ନ ଦେଖି ନିଜ ନିଜ ପସନ୍ଦ ର ଆମିଷ କିଣିବାରେ ବ୍ୟସ୍ତ ଲୋକେ  । ତେବେ ସଶିବାର ସଂକ୍ରାନ୍ତି ଥିବାରୁ  ଛାଡ଼ ଖାଇ ପାଳି ନଥିଲେ ଲୋକେ । ଯାହା ପାଇଁ  ମାର୍କେଟ ଡାଉନ ରହିଥିଲା । ହାତ ବାନ୍ଧି ବସିଥିଲେ ବ୍ୟବସାୟୀ ।ଧର୍ମ ମାସ କାର୍ତ୍ତିକ, ଗୋଟିଏ ମାସର ବ୍ୟବଧାନ ପରେ ଆମିସ ବିକ୍ରି ଭଲ ହେବ ବୋଲି ଲକ୍ଷ ରଖିଛନ୍ତି ବ୍ୟବସାୟି । ମାଛ ମାଂସଦାମ ଦେଖୁବକୁ ଗଲେ ମାଛ 200ରୁ 250, ଚିକେନ୍ ୨୫୦ରୁ ୨୮୦ ଓ ମଟନ 700ରୁ 800, ଚିଙ୍ଗୁଡି 400ରୁ 500 ଟଙ୍କା ଏବଂ ଭଳିକା ଭଳି ମାଛ ମଧ୍ୟ ଭଲ ବିକ୍ରି ହୋଇଛି ।